ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ, ପାସହାର ୯୦.୫୫ ପ୍ରତିଶତ

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ, ପାସହାର ୯୦.୫୫ ପ୍ରତିଶତ

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ, ପାସହାର ୯୦.୫୫ ପ୍ରତିଶତ

ଭୁବନେଶ୍ୱର: ବୁଧବାର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳପ୍ରକାଶ ପାଇଛି । କଟକ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଗଶଶିକ୍ଷାମନ୍ତ୍ରୀ ସମୀରଞ୍ଜନ ଦାସ ଅନୁଷ୍ଠାନିକଭାବେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ପାସ ହାର  ୯୦.୫୫ ପ୍ରତିଶତ ବୋଲି ଜଣାଯାଇଛି । 

ଚଳିତ ବର୍ଷ ଏପ୍ରିଲ୍ ୨୮ରୁ ମେ ୭ ଯାଏଁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମେ ୨୧ରୁ ରାଜ୍ୟର ୫୮ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା । ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତିରେ ଖାତା ଦେଖା ହୋଇଛି। ଇଣ୍ଟରନାଲ୍ ଆସେସମେଣ୍ଟ, ସମେଟିଭ ଆସେସମେଣ୍ଟ ଓ୍ୱାନ୍ ଓ ସମେଟିଭି ଆସେସମେଣ୍ଟ ଟୁ ର ୱେଟେଜ୍ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।