ମାଛି ଦାଉରୁ ରକ୍ଷା ପାଇବାକୁ ଆପଣାନ୍ତୁ ଏହି ଉପାୟ
ମାଛି ଦାଉରୁ ରକ୍ଷା ପାଇବାକୁ ଆପଣାନ୍ତୁ ଏହି ଉପାୟ
ଖରାଦିନେ ପରିବେଶରେ ପରିବର୍ତ୍ତନ ହେବା କାରଣରୁ ଅନେକ ଗୁଡିଏ ଅସୁବିଧାଦେଖିବାକୁ ମିଳିଥାଏ। ଯାହାକି ରୋଗର କାରଣ ହୋଇପାରେ। ଖରାଦିନେ ଏଭଳି ଏକ ସମସ୍ୟା ହେଉଛି ମାଛି। ଯାହାକି ଖରାଦିନରେ ଘରେ ବହୁ ସଂଖ୍ୟାରେ ଦେଖିବାକୁ ମିଳିଛି। ପରିବେଶ ଅପରିସ୍କାର କରିବା ଦ୍ବାରା ବିଭିନ୍ନ ରୋଗର ଅନ୍ୟତମ କାରଣ ମଧ୍ୟ ଏହି ମାଛି। ତେବେ ଏଭଳି ପରିସ୍ଥିତିରେ ଆସନ୍ତୁ ଆମେ ମାନେ ଜାରି ରଖିବା ଜରୁରୀ ଯେ, ଏହି ମାଛି ଠାରୁ କିଭଳି ନିଜକୁ ସୁରକ୍ଷିତ ରଖିବେ। ତେଣୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ଭଲ ଉପାୟ କହିବାକୁ ଯାଉଛୁ, ଯାହାଦ୍ବାରା ଘରୁ ମାଛିରୁ ମୁକ୍ତି ମିଳିପାରିବ। ତେବେ ଆସନ୍ତୁ ଜାଣିବା ଏହି ସବୁ ଉପାୟ ସମ୍ପର୍କରେ।
-ଘରେ ଅଳ୍ପ କର୍ପୁର ଜଳାନ୍ତ ଓ ପୁରା ଘରେ ଏହାର ଧୂଆଁ ଭରିଦିଅନ୍ତୁ। ଏହାର ମହକରୁ ମାଛିମାନେ ଘରକୁ ଆସିବେନି। ଘର ଭିତରେ ପୁଦିନା ତେଲ ଛିଞ୍ଚନ୍ତୁ। ଏହାର ମହକରେ ମାଛିମାନେ ଘର ଭିତରକୁ ଆସିବେ ନାହିଁ। ଯଦି ଥିବେ ତେବେ ପଳାଇଯିବେ।
-ଘର ଭିତରେ ଲାଭେଣ୍ଡର ତେଲ ଛିଞ୍ଚନ୍ତୁ। ଏହାର ମହକରେ ମାଛିମାନେ ଘର ଭିତରକୁ ପଶିବେ ନାହିଁ।
-ଡାଲଚିନିର ଘୋଳ ପ୍ରସ୍ତୁତ କରି ଘରେ ଏହାକୁ ଛିଞ୍ଚନ୍ତୁ। ମାଛିମାନେ ଘରକୁ ପ୍ରବେଶ କରିବେ ନାହିଁ। କାରଣ ଏହାର ଗନ୍ଧ ଖୁବ୍ ତୀକ୍ଷ୍ମ ହୋଇଥାଏ।
-ଏହାଛଡା ଘରର ଆଖପାଖରେ ଲୋକମାନେ ଲବଙ୍ଗ ତେଲ ମଧ୍ୟ ସିଞ୍ଚନ କରିପାରିବେ। ଏହା ମଧ୍ୟ ମାଛିଙ୍କ ପାଇଁ କାଳ ସଦୃଶ୍ୟ।




admin 