କର୍କଟ ରାଶିରେ ଶୁକ୍ରଙ୍କ ପ୍ରବେଶ, ଜାଣନ୍ତୁ କେଉଁ ରାଶିରେ କ’ଣ ରହିବ ପ୍ରଭାବ
କର୍କଟ ରାଶିରେ ଶୁକ୍ରଙ୍କ ପ୍ରବେଶ, ଜାଣନ୍ତୁ କେଉଁ ରାଶିରେ କ’ଣ ରହିବ ପ୍ରଭାବ
admin
May 29, 2021 - 06:35
Updated: May 29, 2021 - 06:35
କର୍କଟ ରାଶିରେ ଶୁକ୍ରଙ୍କ ପ୍ରବେଶ, ଜାଣନ୍ତୁ କେଉଁ ରାଶିରେ କ’ଣ ରହିବ ପ୍ରଭାବ
ସେପଟେମ୍ବର ମାସ ପ୍ରଥମ ତାରିଖ ତଥା ମଙ୍ଗଳବାର ଦିନ ଦ୍ୱିପହ ୨ଟା ୧୮ ମିନିଟରେ ଶୁକ୍ର ଗ୍ରହ କର୍କଟ ରାଶୀରେ ପ୍ରବେଶ କରିବେ । ଉକ୍ତ ରାଶିରେ ସେପଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ରହିବେ । ଉକ୍ତ ରାଶିରେ ଶୁକ୍ର ପ୍ରାୟ ଏକ ମାସ ଯାଏଁ ରହିବେ । ତେବେ ଜାଣିବା ଶୁକ୍ରଙ୍କର ରାଶି ପରିବର୍ତ୍ତନ କେଉଁ ରାଶିରେ କ’ଣ ପ୍ରଭାବ ପକାଉଛି ।
ମେଷ : ମେଷ ରାଶିରେ ଶୁକ୍ରଙ୍କ ପ୍ରବେଶ ରାଶି ପାଇଁ ଶୁଭ ଫଳ ପ୍ରଦାନ କରିବ । ଯଦି ଆପଣ ବହୁତ ସମୟ ହେଲା ଘର ନେବାକୁ ପ୍ଲାନ କରୁଛନ୍ତି ତେବେ ଏହି ସମୟରେ ଆପଣଙ୍କ ଚେଷ୍ଟା ସଫଳ ହେବ । କିନ୍ତୁ କିଛି କଷ୍ଟ ମଧ୍ୟ ଭୋଗିବାକୁ ପଡ଼ିବ । ମାତା ଅବା ମାତା ସମାନ ମହିଳାଙ୍କ ସହିତ ମତଭେଦ ହୋଇପାରିବ । କିନ୍ତୁ ଘରେ ହସ ଖୁସିର ମାହୋଲ ରହିବ ।
ବୃଷ : ବୃଷ ରାଶିରେ ଶୁକ୍ରର ପ୍ରବେଶ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହେବ । ବନ୍ଧୁଙ୍କ ସହିତ ଆପଣ ବହୁତ ମସ୍ତି କରିବେ । ଗାଡ଼ି ନେବାକୁ ଚାହୁଁଥିଲେ ଏହି ସମୟରେ ନେଇପାରିବେ । କିନ୍ତୁ ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବେ । ନାଚ, ଗୀତ କଳାରେ ଆପଣଙ୍କ ରୁଚି ବଢ଼ିପାରେ ।
ମିଥୁନ : ମିଥୁନ ରାଶିରେ ଶୁକ୍ରର ପ୍ରବେଶ ଦ୍ୱିତୀୟ ଭାଗରେ ରହିବ । ଫଳରେ ଆପଣଙ୍କ ଧନ ବୃଦ୍ଧି ଘଟିବ । ତର୍କ ଶକ୍ତି ବୃଦ୍ଧି ଘଟିବ । ଆପଣଙ୍କ ଯେଉଁ ନିର୍ଣ୍ଣୟ ନେବେ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେବ । ସ୍ୱାଦିଷ୍ଟ ଭୋଜନ ଆଡକୁ ଆପଣଙ୍କ ରୁଚି ରହିବ । ଘରେ ସୁଖ ସମ୍ବୃଦ୍ଧି ବୃଦ୍ଧି ପାଇବ । ସରକାରୀ ଉଚ୍ଚ ଅଧିକାରୀଙ୍କ ଠାରୁ ଲାଭ ମିଳିବ । ଜୀବନସାଥୀଙ୍କ ପାଖରୁ ସୁଖ ପ୍ରାପ୍ତି କରିବେ ଓ ମାନସମ୍ମାନ ପାଇବେ ।
କର୍କଟ : ଆପଣଙ୍କ ଧ୍ୟାନ ଭୋଗ ବିଳାସ ପ୍ରତି ଅଧିକ ରହିବ । ସୁନ୍ଦର ବସ୍ତ୍ର ଓ ଆଭୂଷଣ ପ୍ରତି ଆପଣଙ୍କ ରୁଚି ବଢ଼ିବ । ଏହି ସମୟରେ ସନ୍ତାନ ସୁଖ ପ୍ରାପ୍ତି ହେବ ।
ସିଂହ : ଭୋଗ ବିଳାସରେ ଧନ ଖର୍ଚ୍ଚ କରିବେ । ଆପଣଙ୍କ ଆଖପାଖ ଲୋକ ପ୍ରତି ଆପଣଙ୍କ ମନରେ ପ୍ରତିଦ୍ୱନ୍ଦିତା ଭାବ ବଢ଼ିବ । ଆପଣ ନିଜ ଲୋକଙ୍କୁ ବିରୋଧ କରିବେ । ଆପଣଙ୍କର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିବ ନାହିଁ ।
କନ୍ୟା : ଆପଣଙ୍କ ଆୟରେ ବୃଦ୍ଧି ଘଟିବ । ଚାକିରିରେ ପ୍ରମୋସନ ମିଳିବ । ଯାହାବି ପ୍ରୟାସ କରିବେ ସେଥିରେ ସଫଳ ପାଇବେ । ମାନ ସମ୍ମାନ ପାଇବେ । ଆପଣ ଆଶା ରଖିନଥିବା କାର୍ଯ୍ୟରେ ଲାଭ ପ୍ରାପ୍ତି ହେବ । କହିବାକୁ ଗଲେ ଆପଣଙ୍କୁ ସମସ୍ତ ପ୍ରକାର ଖୁସି ଓ ସମ୍ବୃଦ୍ଧି ପ୍ରାପ୍ତି ହେବ ।
ତୁଳା : ଆପଣ ବହୁତ ଅସୁବିଧା ଦେଇ ଗତି କରିବେ । ମାନସିକ ଅଶାନ୍ତି ଦେଖାଯିବ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଯିବ । ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦେଖାଯିବ । ବିଭିନ୍ନ କଥାକୁ ନେଇ ଲୋକଙ୍କ ସହିତ ଝଗଡ଼ା ବି ହୋଇପାରେ । ତେଣୁ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡ଼ିବ ।
ବିଛା : ଧର୍ମ କାର୍ଯ୍ୟ ପ୍ରତି ମନୋନିବେଶ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲେ ସେଥିରୁ ଆରାମ ମିଳିବ । ଧନପ୍ରାପ୍ତି ହେବ । ଆପଣଙ୍କ ମିତ୍ରତା ଧନି ଲୋକଙ୍କ ସହିତ ହେବ । ଫଳରେ ଆପଣଙ୍କ ଉନ୍ନତି ଘଟିବ । ଅବିବାହିତ ବ୍ୟକ୍ତିଙ୍କର ବିବାହ ପ୍ରସ୍ତାବ ଆସିବ ।
ଧନୁ : ଅବିବାହିତ ଥିଲେ ବିବାହ ସମ୍ପନ୍ନ ହେବ । ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବେ । ଆର୍ଥିକ ସମସ୍ୟା ଦେଖାଯିବ ନାହିଁ । ସମାଜରେ ଆପଣଙ୍କ ମନସମ୍ମାନ ବଢ଼ିବ । ଆପଣଙ୍କ ମା’ଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯାଇପାରେ ।
ମକର : ବନ୍ଧୁ ଓ ସମ୍ପର୍କୀୟଙ୍କ ସହିତ ମତାନ୍ତର ହେବ । ପରିବାର ଲୋକଙ୍କ ସହିତ ସବୁବେଳେ କିଛି ନା କିଛି କଥାରେ ଝଗଡ଼ା ହେବ । ଗୁପ୍ତରୋଗରେ ପିଡ଼ୀତ ହେବାର ଆଶଙ୍କା ମଧ୍ୟ ରହିଛି । ଯଦି ଆପଣ ମଧୁମେହ ରୋଗୀ ତେବେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।
କୁମ୍ଭ : ମନ ସବୁବେଳେ ଅସ୍ଥିର ରହିବ । ବିନା କାରଣରେ ଦୌଡ଼ା ଦୌଡ଼ି କରିବେ । ଆପଣଙ୍କ ଜୀବନସାଥୀ ବି ଆପଣଙ୍କୁ ନିଜ ଶତ୍ରୁ ପରି ଲାଗିବ । ଅକାରଣ ଭୟ ମନରେ ବସା ବାନ୍ଧିବ ।
ମିନ : ଯଦି ଆପଣ ରାଜନୀତିରେ ସକ୍ରିୟ ଅଛନ୍ତି ଆପଣଙ୍କୁ ମନ୍ତ୍ରୀ ପଦ ପ୍ରାପ୍ତିର ଯୋଗ ରହିଛି । ଜୀବନସାଥୀ ସମସ୍ତ ପରିସ୍ଥିତିରେ ଆପଣଙ୍କୁ ସହଯୋଗ କରିବେ । ପ୍ରେମ ଜନିତ ସମ୍ପର୍କ ମଜବୁତ ହେବ ।