କୋଭିଡ-୧୯ର ଉତ୍ପତ୍ତି କେବେ, କେଉଁଠି ଓ କିପରି ହେଲା ବିଶ୍ୱସ୍ତରୀୟ ଅନୁଧ୍ୟାନକୁ ଭାରତ ସମର୍ଥନ କରିଛି

କୋଭିଡ-୧୯ର ଉତ୍ପତ୍ତି କେବେ, କେଉଁଠି ଓ କିପରି ହେଲା ବିଶ୍ୱସ୍ତରୀୟ ଅନୁଧ୍ୟାନକୁ ଭାରତ ସମର୍ଥନ କରିଛି

କୋଭିଡ-୧୯ର ଉତ୍ପତ୍ତି କେବେ, କେଉଁଠି ଓ କିପରି ହେଲା ବିଶ୍ୱସ୍ତରୀୟ ଅନୁଧ୍ୟାନକୁ ଭାରତ ସମର୍ଥନ କରିଛି
ନୂଆଦିଲ୍ଲୀ : ମହାମାରୀ କୋଭିଡ-୧୯ର ଉତ୍ପତ୍ତି କେବେ, କେଉଁଠି ଓ କିପରି ହେଲା ବୋଲି ଅଦ୍ୟାବଧି ତାହା ରହସ୍ୟମୟ ହୋଇ ରହିଥିବା ବେଳେ ଏ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ର ବିଶ୍ୱସ୍ତରୀୟ ଅନୁଧ୍ୟାନକୁ ଭାରତ ସମର୍ଥନ କରିଛି । କୋଭିଡ ସମ୍ପର୍କରେ ହୁ’ର ଏହି ତଦନ୍ତ ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ପାହାଚ ବୋଲି ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ ଏକ ବକ୍ତବ୍ୟ ଜାରି କରିଛନ୍ତି । କୌଣସି ମଜଭୁତ ଉପସଂହାରରେ ପହଞ୍ଚିବା ପାଇଁ ହୁ’ର ଏହି ବିଶ୍ୱସ୍ତରୀୟ ଅନୁଧ୍ୟାନ ବଳିଷ୍ଠ ପଥପ୍ରଦର୍ଶକ ହେବ ବୋଲି ଏଥିରେ କୁହାଯାଇଛି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏ ସଂକ୍ରାନ୍ତ ରିପୋର୍ଟକୁ ଅନୁସରଣ କରି ପରବର୍ତ୍ତୀ ଅନୁଧ୍ୟାନ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ବୁଝାମଣା ଓ ସହଯୋଗ ଏକାନ୍ତ କାମ୍ୟ ବୋଲି ମଧ୍ୟ ଭାରତ କହିଛି । ସୂଚନା ଥାଉ କି, ହୁ’ର ଏକ ବିଶେଷଜ୍ଞ ଦଳ ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ଚୀନର ଉହାନ ସହରରେ ଚୀନ ବୈଜ୍ଞାନିକମାନଙ୍କ ସହ ୪ ସପ୍ତାହର ପରୀକ୍ଷା ନିରୀକ୍ଷା ସାରି ମାର୍ଚ୍ଚ ମାସରେ ଏକ ମିଳିତ ରିପୋର୍ଟ ଦେଇଥିଲେ । ମାତ୍ର ଆମେରିକା ଏପରି ନିଷ୍କର୍ଷକୁ ବାରମ୍ବାର ଖଣ୍ଡନ କରିବା ସହ ଚୀନକୁ ହିଁ ମହାମାରୀ କୋଭିଡ ପାଇଁ ଦାୟୀ କରି ଚାଲିଥିବା ବେଳେ ହୁ’ ମହାନିଦେ୍ର୍ଧଶକ ଟେଡ୍ରସ ଆଧାନମ ଘେବ୍ରେୟେସସ ଉକ୍ତ ମିଳିତ ରିପୋର୍ଟରୁ ନିଜକୁ ଦୂରେଇ ରଖିଛନ୍ତି ।