ପ୍ରଥମ ରାଜ୍ୟ ଭାବେ ୟୁପିରେ ଲାଗୁ ହେବ ସିଏଏ

ପ୍ରଥମ ରାଜ୍ୟ ଭାବେ ୟୁପିରେ ଲାଗୁ ହେବ ସିଏଏ

ପ୍ରଥମ ରାଜ୍ୟ ଭାବେ ୟୁପିରେ ଲାଗୁ ହେବ ସିଏଏ
ଲକ୍ଷେ୍ନø: ପ୍ରଥମ ରାଜ୍ୟ ଭାବେ ଉତ୍ତରପ୍ରଦେଶ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରିବ ବୋଲି ଘୋଷଣା କରିଛି । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଫଗାନିସ୍ଥାନ, ବାଂଲାଦେଶ ଓ ପାକିସ୍ତାନରୁ ଆସି ରାଜ୍ୟରେ ବସବାସ କରୁଥିବା ଅଣ ମୁସଲିମ ସଂଖ୍ୟାଲଘୁ ସମ୍ପ୍ରଦାୟ (ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଓ ପାର୍ସି)ର ଶରଣାଥୀମାନଙ୍କୁ ଚିହ୍ନଟ କରିବା ଲାଗି ୟୁପି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଶରଣାର୍ଥୀମାନଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ । ଏଥିସହ ବେଆଇନ ଶରଣାର୍ଥୀଙ୍କୁ ଚିହ୍ନଟ କରିହେବ । ଅବସ୍ତି କହିଛନ୍ତି ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସି ବିନା ନାଗରିକତାରେ ବେଆଇନ ଭାବେ ବସବାସ କରୁଥିବା ନାଗରିକଙ୍କୁ ଚିହ୍ନଟ କରିବା ଲାଗି ସବୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦିଓ ଆଫଗାନିସ୍ତାନରୁ ଆସି ଏଠାରେ ବସବାସ କରୁଥିବା ବେଆଇନ ନାଗରିକଙ୍କ ସଂଖ୍ୟା ଯଥେଷ୍ଟ କମ କିନ୍ତୁ ବାଲାଂଦେଶ ଓ ପାକିସ୍ତାନରୁ ଧାର୍ମିକ ଅତ୍ୟାଚାରର ଶିକାର ହୋଇ ଏଠାକୁ ଚାଲିଆସିଥିବା ନାଗରିକ ସଂଖ୍ୟା ଅଧିକ ରହିଛି । ସେମାନେ ଲକ୍ଷେ୍ନø, ହାପୁର, ରାମପୁର, ଶାହାଜାହାନପୁର, ନୋଏଡା ଓ ଗାଜିଆବାଦ ଅଞ୍ଚଳରେ ବସବାସ କରୁଛନ୍ତି । ରାଜ୍ୟର ପ୍ରଥମ କରି ଏହି ନାଗରିକଙ୍କ ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି । ସିଏଏରେ ଥିବା ବ୍ୟବସ୍ଥା ଅନୁସାରେ ଏହି ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ । ରାଜ୍ୟରେ ଥିବା ମୁସଲିମ ଶରଣାର୍ଥୀଙ୍କ ସଂଖ୍ୟା ଆକଳନ କରାଯିବା ପରେ ୟୁପି ସରକାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରଦାନ କରିବେ । ଫଳରେ ସେମାନଙ୍କୁ ନିଜ ନିଜ ଦେଶକୁ ପଠାଯିବା ବ୍ୟବସ୍ଥା କରାଯିବ । କିନ୍ତୁ ସେମାନଙ୍କୁ ନିଜ ଦେଶକୁ ପଠାଯିବ କି ନାହିଁ ଓ କେବେ ପଠାଯିବ ତାହା ଉପରେ ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ହୋଇନାହିଁ । ରାଜ୍ୟରେ ସିଏଏକୁ ବିରୋଧ କରି ବ୍ୟାପକ ଆନ୍ଦୋଳନ ଓ ହିଂସାକାଣ୍ଡ ଘଟିଥିଲା । ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ୨୮ ଜଣଙ୍କର ମୃତ୍ୟୁଘଟିଥିବା ବେଳେ ବହୁ ସରକାରୀ ଓ ସର୍ବସାଧାରଣଙ୍କ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିଲା ।