ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ୍

ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ୍

ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ୍
ଭୁବନେଶ୍ୱର:ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତମୂଳକ ଜାମିନ ମିଳିଛି । କ୍ରାଇମବ୍ରାଂଚ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି । ୨୪ ଲକ୍ଷ ଟଙ୍କା ନଗଦ ଜମା କରିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ତଦନ୍ତରେ ସହଯୋଗ କରିବାକୁ ସର୍ତ ରଖିଛନ୍ତି କୋର୍ଟ । ଟାଟା ମୋଟର୍ସରେ ଚାକିରି କରାଇବା ନେଇ ମାମଲା ରୁଜୁ ହୋଇଥିଲା । ବର୍ତମାନ ଝାରପଡା ଜେଲରେ ପ୍ରଦୀପ ରହୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଜନବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗରେ ପ୍ରଦୀପଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଥିଲା । ଏହାପରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ସହିତ ପ୍ରଦୀପଙ୍କ ସମ୍ପର୍କ ସାମ୍ନାକୁ ଆସିିଥିଲା । ସୂଚନାଯୋଗ୍ୟଯେ, ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ କୋଟିକୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ମାମଲା ରୁଜୁ କରାଯିବା ସହ ଉଭୟଙ୍କୁ ବାରବାର ଜେରା କରାଯାଇଛି । ଏବେ ବାପ ପୁଅ ଜେଲରେ ଅଛନ୍ତି । ଅପରପକ୍ଷରେ ଅଭୟଙ୍କ ଭାବି ସମୁଦୀ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଦୁର୍ନୀତିରେ ଛନ୍ଦି ହୋଇଯାଇଛନ୍ତି । ଏପରିକି ଟାଟାରେ ଚାକିରୀ କରାଇବା ନାମରେ ଆକାଶ ଠକେଇ କରିଥିବାବେଳେ ଏଥିରେ ପ୍ରଦୀପଙ୍କ ସଂପୃକ୍ତି ରହିଥିବା ନେଇ ଅଭିଯୋଗ ହୋଇଛି । ପୂର୍ବରୁ ଏନେଇ ପ୍ରଦୀପଙ୍କୁ ଜେରା କରାଯାଇଛି । ଅଭୟ ଓ ଆକାଶଙ୍କୁ ମଧ୍ୟ ମୁହାଁମୁହିଁ ଜେରା କରାଯାଇଛି । ପୁଣି ପ୍ରଦୀପଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ କରାଯାଇଛି । ଅପରପକ୍ଷରେ ଜନ ବିରୋଧି କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି । ଲୋକାୟୁକ୍ତରେ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଥିବା ମାମଲାକୁ ଖାରଜ କରିଦିଆଯାଇଛି । ଲୋକାୟୁକ୍ତଙ୍କ ତଦନ୍ତ ଆଦେଶକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ମାମଲାର ତଦନ୍ତ ଭିଜିଲାନ୍ସ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଭିଜିଲାନ୍ସ ଆବେଦନକାରୀ ହୋଇଥିବାରୁ ତଦନ୍ତ କରିପାରିବନି ବୋଲି ହାଇକୋର୍ଟ କହିଛନ୍ତି । ପ୍ରକାଶ ଯେ, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତଙ୍କ ଠାରେ ମାମଲା ହେବା ପରେ ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ନିଦେ୍ର୍ଧଶ ଦେଇଥିଲେ । ତେବେ ଲୋକାୟୁକ୍ତଙ୍କ ତଦନ୍ତ ନିଦେ୍ର୍ଧଶକୁ ପ୍ରଦୀପ ପାଣିଗ୍ରାହୀ ଚାଲେଞ୍ଜ କରିଥିଲେ ।