ଭୁବନେଶ୍ୱର ଇତିହାସରେ ଫେବୃଆରୀ ମାସର ସର୍ବାଧିକ ୩୭.୧ ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର ଇତିହାସରେ ଫେବୃଆରୀ ମାସର ସର୍ବାଧିକ ୩୭.୧ ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର ଇତିହାସରେ ଫେବୃଆରୀ ମାସର ସର୍ବାଧିକ ୩୭.୧ ଡିଗ୍ରୀ ତାପମାତ୍ରା
ଭୁବନେଶ୍ୱର: ରାଜଧାନୀରେ ଧୀରେ ଧୀରେ ତାପମାତ୍ରା ବଢୁଛି । ରାଜ୍ୟର ୬ଟି ସ୍ଥାନରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଊଦ୍ଧ୍ୱର୍ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩୭.୧ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଅନୁଗୁଳ ୩୫.୭, କଟକ ୩୫.୪, ଟିଟିଲାଗଡ଼ ୩୫.୨, ନୟାଗଡ଼ ଓ ବଲାଙ୍ଗୀରରେ ୩୫ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱର ଇତିହାସରେ ଫେବୃଆରୀ ମାସର ଏହା ହେଉଛି ସର୍ବାଧିକ ଦିନ ତାପମାତ୍ରା । ୧୯୬୩ ଫେବୃଆରୀ ୨୩ ପରେ ଏହା ହେଉଛି ସର୍ବାଧିକ ଦିନ ତାପମାତ୍ରା । ତେବେ ଆଗକୁ ତାପମାତ୍ରା ଆହୁରି ବଢିବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ।