ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ତତ୍ତ୍ୱାବଧାନରେ ଦଳ ଉତ୍ତରପ୍ରଦେଶ ନିର୍ବାଚନ ଲଢ଼ିବ
ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ତତ୍ତ୍ୱାବଧାନରେ ଦଳ ଉତ୍ତରପ୍ରଦେଶ ନିର୍ବାଚନ ଲଢ଼ିବ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ କୌଣସି ଅନ୍ୟ ସହିତ ମେଣ୍ଟ କରିବ ନାହିଁ ବୋଲି ଦଳର ରାଜ୍ୟ ମୁଖ୍ୟ ଅଜୟ କୁମାର ଲାଲୁ କହିଛନ୍ତି । ସେ କହିଛନ୍ତି ଯେ ଦଳ ଏକାକୀ ନିର୍ବାଚନ ଲଢ଼ିବାକୁ ବେଶ ସକ୍ଷମ । ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ତତ୍ତ୍ୱାବଧାନରେ ଦଳ ଏହି ନିର୍ବାଚନ ଲଢ଼ିବ ଓ ଦୀର୍ଘ ତିନି ଦଶନ୍ଧି ପରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଅଜୟ କୁମାର କହିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ କଂଗ୍ରେସ ଏବେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି । ଏହା ରାଜ୍ୟ ସରକାରଙ୍କୁ ବଡ ଆହ୍ୱାନର ସମ୍ମୁଖୀନ ହେବାକୁ ଦେଇଛି । ସମାଜବାଦୀ ପାର୍ଟିର ୪୯ ବିଧାୟକଙ୍କ ଠାରୁ କଂଗ୍ରେସ ୫ ବିଧାୟକ ଏବେ ଅଧିକ ପ୍ରଭାବଶାଳୀ ବିବେଚିତ ହୋଇଛନ୍ତି । ଅନ୍ୟ ପଟେ ବହୁଜନ ସମାଜ ପାର୍ଟି (ବିଏସପି) ଓ ସମାଜବାଦୀ ପାର୍ଟି (ଏସପି) ମଧ୍ୟରେ ଉତ୍ତରପ୍ରଦେଶ ନିର୍ବାଚନରେ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିଛନ୍ତି ।