ବଢିଲା ପଞ୍ଚାୟତ ପ୍ରତିନିଧିଙ୍କ ଦରମା ।

ବଢିଲା ପଞ୍ଚାୟତ ପ୍ରତିନିଧିଙ୍କ ଦରମା ।

ବଢିଲା ପଞ୍ଚାୟତ ପ୍ରତିନିଧିଙ୍କ ଦରମା ।
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିମାନଙ୍କ ପାରିତୋଷିକ ବୃଦ୍ଧି କରାଯାଇଇଛି । କରୋନା ମୁକାବିଲାରେ ଏବେ ଆଗଧାଡ଼ିର ଯୋଦ୍ଧା ଥିବା ପଞ୍ଚାୟତ ପ୍ରତିନିଧିମାନଙ୍କୁ ସରକାର ଖୁସି କରିବାକୁ ପ୍ରୟାସ କରିଛନ୍ତି । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପାରିତୋଷିକ ବୃଦ୍ଧି ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ଏହି ବର୍ଦ୍ଧିତ ପାରିତୋଷିକ ଲାଗୁ ହେବ । ଦୀର୍ଘ ଦିନ ଧରି ପାରିତୋଷିକ ବଢ଼ାଇବା ପାଇଁ ପଞ୍ଚାୟତପ୍ରତିନିଧିମାନେ ଦାବି କରି ଆସୁଥିଲେ । ଗ୍ରାମ ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କ ପାରିତୋଷିକ ୧୮୮୦ ଟଙ୍କାରୁ ବୃଦ୍ଧି ପାଇ ୨୩୫୦ ଟଙ୍କା ହୋଇଛି । ନାଏବ ସରପଞ୍ଚଙ୍କର ପାରିତୋଷିକ ୭୫୦ ଟଙ୍କାରୁ ବୃଦ୍ଧି ପାଇ ୯୪୦ ହୋଇଛି । ୱାର୍ଡ ମେମ୍ବରଙ୍କ ପାଇଁ କୌଣସି ପାରିତୋଷିକ ବ୍ୟବସ୍ଥା ନାହିଁ । ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବରମାନଙ୍କ ଦୈନିକ ଭତ୍ତା ଓ ବୈଠକ ଦେୟ ପୂର୍ବ ପରି ୪୦ ଓ ୨୦୦ ଟଙ୍କା ରହିଛି । ତାହାକୁ ବୃଦ୍ଧି କରାଯାଇ ନାହିଁ । ପଞ୍ଚାୟତ ସମିତି ସ୍ତରରେ ଅଧ୍ୟକ୍ଷଙ୍କ ପାରିତୋଷିକ ୨୮୨୦ରୁ ବୃଦ୍ଧି ପାଇ ୩୫୩୦, ଉପାଧ୍ୟକ୍ଷଙ୍କ ୧୮୮୦ ରୁ ବୃଦ୍ଧି ପାଇ ୨୩୫୦ ଏବଂ ସଦସ୍ୟଙ୍କ ୧୮୮୦ ରୁ ବୃଦ୍ଧି ପାଇ ୨୩୫୦ ଟଙ୍କା ହୋଇଛି । ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଦସ୍ୟମାନଙ୍କ ଦୈନିକ ଭତ୍ତା ଓ ବୈଠକ ଦେୟ ପୂର୍ବ ପରି ୪୦ ରୁ ୨୦୦ ଟଙ୍କା ରହିଛି । ତାହାକୁ ବୃଦ୍ଧି କରାଯାଇ ନାହିଁ । ଜିଲ୍ଲା ପରିଷଦ ସ୍ତରରେ ସଭାପତିଙ୍କ ପାରିତୋଷିକ ୭୫୦୦ ରୁ ବୃଦ୍ଧି ପାଇ ୯୩୮୦, ଉପସଭାପତିଙ୍କ ୫୬୩୦ ରୁ ବୃଦ୍ଧି ପାଇ ୭୦୪୦ ଏବଂ ସଦସ୍ୟଙ୍କ ୨୮୨୦ ରୁ ବୃଦ୍ଧି ପାଇ ୩୫୩୦ ହୋଇଛି । ସଭାପତି, ଉପସଭାପତି ଓ ସଦସ୍ୟମାନଙ୍କ ଦୈନିକ ଭତ୍ତା ଓ ବୈଠକ ଦେୟ ପୂର୍ବ ପରି ୮୦ ଓ ୨୨୦ ଟଙ୍କା ରହିଛି ।