ବଢିଲା ପେଟ୍ରୋଲ, ଡିଜେଲ ଦର

ବଢିଲା ପେଟ୍ରୋଲ, ଡିଜେଲ ଦର

ବଢିଲା ପେଟ୍ରୋଲ, ଡିଜେଲ ଦର
ନୂଆଦିଲ୍ଲୀ: ସେମାବାରଠାରୁ ବନ୍ଦ ହେବାକୁ ଯାଉଛି ଇରାନରୁ ଭାରତକୁ ଅଶୋଧିତ ତୈଳ ଆମଦାନୀ । ଇରାନ ଉପରେ ଆମେରିକା ଲଗାଇଥିବା କଟକଣାକୁ ଅନୁପାଳନ କରୁ ନଥିବା ରାଷ୍ଟ୍ରଗୁଡିକୁ ଟମ୍ପ ପ୍ରଶାସ ନ ପକ୍ଷରୁଆଜି ଚେତାବନୀ ଦିଆଯାଇଛି । ଇରାନରୁ ତୈଳ ଆମଦାନୀ ଉପରେ ରିଆତି ଉପଲବଧ କରୁଥିବା ବିଶ୍ୱର ୮ ରାଷ୍ଟ୍ର ମଧ୍ୟରେ ଭାରତ ରହିଛି । ଯଦିବା ଆମେରିକା ଗତବର୍ଷ ନଭେମ୍ବର ପରଠାରୁ ଏନେଇ କଟକଣା ଲାଗୁ କରିଛି ତଥାପି ରାଷ୍ଟ୍ରଗୁଡିକ ନଯାଏ ତୈଳ ଆମଦାନୀ ଉପରେ ରିଆତି ଉପଲବ୍ଧ କରୁଛନ୍ତି । ତେବେ ଚାଇନା ଏବଂ ତୁର୍କୀ ଦୁଇ ରାଷ୍ଟ୍ର ଆମେରିକାର ଚେତାବନୀକୁ ଖାରିତ ନ କରି ଇରାନରୁ ତୈଳ ଆମଦାନୀ ଜାରି ରଖିବେ ବୋଲି କହିଛନ୍ତି । କାରଣ ସାଉଦି ଆରବ, ଆମେରିକା ଏବଂ ୟୁଏଇ ତୁଳନାରେ ଇରାନ ଶସ୍ତା ମୂଲ୍ୟରେ ତୈଳ ବିକ୍ରି କରିଥାଏ । ତେବେ ପ୍ରସଙ୍ଗ ଉପରେ ବର୍ହିବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆମେରିକୀୟ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ତେବେ ଭାରତ ଇରାନରୁ ତୈଳ ଆମଦାନୀ ସମ୍ପର୍ଣ୍ଣ ଭାବେ ବନ୍ଦ କରିବାକୁ ଆମେରିକାର ପରରାଷ୍ଟ୍ର ସଚିନ ମାଇକ ପମ୍ପେଓ ସୋମାବାର ଘୋଷଣା କରିବେ । ହସ୍ତଗତ ହୋଇଥିବା ଖବର ଅନୁଯାୟୀ, ଇରାନ ଠାରୁ ତୈଳ ଆମଦାନ କରୁଥିବା କୌଣସି ରାଷ୍ଟ୍ର ଆମେରିକା ଦ୍ୱାରା ପ୍ରଦା କରାଯାଉଥିବା ରିଆତି ଉପଲବ୍ଧ କରିପାରିବେ ନାହିଁ । ଆଜି ଦେଶର ବିଭିନ୍ନ ସହରରେ ପେଟ୍ରୋଲ ୧୩-୧୪ ଏବଂ ଡିଜେଲରେ ୭-୮ ପଇସା ବୃଦ୍ଧି ଘଟିଛି ।