ବନ୍ଦ ହେଲା ଆଉ ଦୁଇଟି ଗେଟ୍

ବନ୍ଦ ହେଲା ଆଉ ଦୁଇଟି ଗେଟ୍

ବନ୍ଦ ହେଲା ଆଉ ଦୁଇଟି ଗେଟ୍
ସମ୍ବଲପୁର: ଗତ ୩ଦିନ ହେଲା ତୁହାକୁ ତୁହା ବର୍ଷାରେ ଭିଜୁଛି ସାରା ଓଡିଶା । କିନ୍ତୁ ଗତକାଲିଠାରୁ ବର୍ଷାର ପରିମାଣ କମିଛି । ଯଦ୍ୱାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ସହ ସକାଳ ସୁଧା ଖୋଲାଯାଇଥିବା ୧୪ଟି ଗେଟରୁ ୨ଟିକୁ ବନ୍ଦ କରିଦିଆଯାଇଛି । ବର୍ତମାନ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଆଜି ସକାଳ ୮ଟା ସୁଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ ସ୍ତରରେ ପହଁଚି ଥିଲା ।ପରେ ଏହା ୬୨୯. ୮୯ ଫୁଟ ରହିଥିଲା । ଏହାକୁ ନଜରରେ ରଖି କର୍ତୃପକ୍ଷ ୨ଟି ଗେଟ୍ ବନ୍ଦ କରି ଦେଇଛନ୍ତି । ଏବେ ମୋଟ୍ ୧୨ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଯଦି ଆଗକୁ ଆହୁରି ବର୍ଷା ଲାଗି ରହେ ତେବେ ଅଧିକ ଗେଟ୍ ଖୋଲାଯିବ ବୋଲି ଡ୍ୟାମ କର୍ତୃପକ୍ଷ କହିଛନ୍ତି ।