ବାବୁଲିକୁ ଘଣ୍ଟ ଘୋଡ଼ାଉଛନ୍ତି ମନ୍ତ୍ରୀ: ଲକ୍ଷ୍ମୀପ୍ରସାଦ ସରପଞ୍ଚ
ବାବୁଲିକୁ ଘଣ୍ଟ ଘୋଡ଼ାଉଛନ୍ତି ମନ୍ତ୍ରୀ: ଲକ୍ଷ୍ମୀପ୍ରସାଦ ସରପଞ୍ଚ
admin
Nov 27, 2020 - 09:48
Updated: Nov 27, 2020 - 09:48
ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ଏବେ ଅଡ଼ୁଆରେ କୃଷିମନ୍ତ୍ରୀ ଅରୁଣ ସାହୁ । ଏହି ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବାବେଳେ ବିରୋଧୀ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି । ବିଧାନସଭା ଭିତରେ ଓ ବାହାରେ ବି ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଛି । ତେବେ ଏହାରି ଭିତରେ ତାଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି ପରୀର ଗାଁ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନ । ପରୀ ହତ୍ୟାର ମୁଖ୍ୟ ଅଭିଯୁକ୍ତ ବାବୁଲିକୁ ଘଣ୍ଟ ଘୋଡ଼ାଯାଉଥିବା ଶ୍ରୀ ପ୍ରଧାନ କହିଛନ୍ତି । ମନ୍ତ୍ରୀ ଅରୁଣ ସାହୁ ବାବୁଲିକୁ ଘଣ୍ଟ ଘୋଡ଼ାଉଥିବା ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାବୁଲି ଉପସ୍ଥିତିରେ ପରୀର ବାପା ଓ ମା’ଙ୍ଗୁ ମାଡ଼ ହୋଇଥିଲା । ଏହାକୁ ନେଇ ମୁଁ ମନ୍ତ୍ରୀ ଅରୁଣ ସାହୁଙ୍କୁ ଫୋନ କରି ଜଣାଇଥିଲି । ମନ୍ତ୍ରୀ କହିଲେ ସେ ନୟାଗଡ଼ରେ ନାହିଁ, ମୋ ପାଖରେ ଅଛି । କିନ୍ତୁ ସେତେବେଳକୁ ବାବୁଲି ଘଟଣା ସ୍ଥଳରେ ଥିବା ପ୍ରମାଣ ଦେଇଥିଲି । ଏଥିରୁ ସ୍ପଷ୍ଟ ହେଉଛି ଯେ ବାବୁଲିକୁ ମନ୍ତ୍ରୀ ଘଣ୍ଟ ଘୋଡ଼ାଉଥିଲେ ବୋଲି ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନ କହିଛନ୍ତି ।
ଏହାଛଡ଼ର ପରୀ ହତ୍ୟା ଘଟଣାରେ ମୁଁ ମୂଳରୁ ଚୂଳ ଯାଏଁ ଅଛି । ଏହାକୁ ନେଇ ମୁଁ ମୁହଁ ଖୋଲିବାରୁ ବିଭିନ୍ନ ପ୍ରକାର ଧମକଚମକ ମିଳୁଛି । ଏନେଇ ଯଦି ମୋର କିମ୍ବା ମୋ ପରିବାର କିଛି ହୁଏ ତେବେ ସେଥିପାଇଁ ମନ୍ତ୍ରୀ ଅରୁଣ ସାହୁ ସମ୍ପୂର୍ଣ୍ଣ ଦାୟୀ ରହିବେ । ଏହାଛଡ଼ା କ’ଣ ପାଇଁ ଜଣେ ୫ ବର୍ଷର କୁନି ଝିଅକୁ ଅପହରଣ କରି ହତ୍ୟା କରାଯିବ । ଅଙ୍ଗ ତସ୍କରୀ ପାଇଁ ପରୀକୁ ହତ୍ୟା କରାଯାଇଥିବା ସନେ୍ଦହ ହେଉଛି । କୌଣସି ଏକ ବଡ଼ ଲୋକଙ୍କ ଠାରେ ପରୀର ଅଙ୍ଗ ଲଗାଯାଇଛି ବୋଲି ସରପଞ୍ଚ ସୌମ୍ୟ ପ୍ରଧାନ କହିଛନ୍ତି ।