କରୋନା ସମୟରେ ଫିଟ ରହିବା ପାଇଁ ୧୫୦ ମିନିଟର ବ୍ୟାୟାମ ଜରୁରୀ: ହୁ

କରୋନା ସମୟରେ ଫିଟ ରହିବା ପାଇଁ ୧୫୦ ମିନିଟର ବ୍ୟାୟାମ ଜରୁରୀ: ହୁ

କରୋନା ସମୟରେ ଫିଟ ରହିବା ପାଇଁ ୧୫୦ ମିନିଟର ବ୍ୟାୟାମ ଜରୁରୀ: ହୁ
ଜେନେଭା: କରୋନା ମହାମାରୀ ଭଳି ଜଟିଳ ସମୟରେ ଫିଟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଫିଟ ରହିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କଠିନ ବ୍ୟାୟାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସମସ୍ତ ପ୍ରାପ୍ତ ବୟସ୍କ ବ୍ୟକ୍ତି ଏବଂ ଶିଶୁ ଫିଟ ରହିବା ପାଇଁ ଅଧିକ ଚଲାବୁଲା କରିବା ଉଚିତ । ଏମାନେ ପ୍ରତିଦିନ ପ୍ରାୟ ଘଣ୍ଟାଏ ବ୍ୟାୟାମ କରିବା ଉଚିତ ଏବଂ ଇଲେକ୍ଟ୍ରୋନିକ ସ୍କି୍ରନ ସମ୍ମୁଖରେ ଖୁବ କମ ସମୟ ବସିବା ଉଚିତ । ପ୍ରାପ୍ତ ବୟସ୍କ ବ୍ୟକ୍ତିମାନେ ଚାଲିବା ସହ ସାଇକେଲ ଚଳାଇପାରିବେ, ବଗିଚା କାମ କରିପାରିବେ ଏବଂ ବଗିଚା ସଫା କରିପାରିବେ ବୋଲି ହୁ କହିଛନ୍ତି । ଗର୍ଭବତୀ ମହିଳା ଓ ମା’ମାନେ ଫିଟ ରହିବା ପାଇଁ ହାଲୁକା ବ୍ୟାୟାମ କରିବା ପାଇଁ କୁହାଯାଇଛି ।