ଛୋଟିଆ ଅଘଟଣ: ସୌମ୍ୟ ପଟ୍ଟନାୟକ

ଛୋଟିଆ ଅଘଟଣ: ସୌମ୍ୟ ପଟ୍ଟନାୟକ

ଛୋଟିଆ ଅଘଟଣ: ସୌମ୍ୟ ପଟ୍ଟନାୟକ
ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି । ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ଏବେ ବିଧାନସଭା ହୁଲସ୍ତୁଲ ମଧ୍ୟ ହେଉଛି । ତେବେ ପରୀ ମୃତୁ୍ୟ ମାମଲାକୁ ଏକ ଛୋଟିଆ ଅଘଟଣ ବୋଲି କହିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟ ପଟ୍ଟନାୟକ । ସେ କହିଛନ୍ତି ଯେ, ଏହା ଗୋଟିଏ ଛୋଟିଆ ଅଘଟଣ । ପରବର୍ତ୍ତୀ ସମୟରେ ପୁଲିସ ଏହାକୁ ହତ୍ୟା ବୋଲି କହିଛି । ସେଥିରେ କାହାର ସମ୍ପୃକ୍ତି ଅଛି କି ନାହିଁ ତାହା ତଦନ୍ତରେ ଜଣାପଡ଼ିବ । ବିରୋଧୀ ଦଳ ଗୃହକୁ ଅଚଳ କରି ରଖିବାର କିଛି କାରଣ ନାହିଁ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି । ତେବେ ସୌମ୍ୟ ପଟ୍ଟନାୟକଙ୍କ ଏଭଳି ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ସତରେ କ’ଣ ୫ ବର୍ଷର କୁନି ଝିଅର ମୃତୁ୍ୟ ଘଟଣା ଏକ ଛୋଟ ଘଟଣା ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି ।