ବାଲୁଗାଁ ଦକ୍ଷେଶ୍ୱର ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା : ୪ ଚୋର ରାଜସ୍ଥାନରୁ ଗିରଫ

ବାଲୁଗାଁ ଦକ୍ଷେଶ୍ୱର ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା : ୪ ଚୋର ରାଜସ୍ଥାନରୁ ଗିରଫ

ବାଲୁଗାଁ ଦକ୍ଷେଶ୍ୱର ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା : ୪ ଚୋର ରାଜସ୍ଥାନରୁ ଗିରଫ
ବାଲୁଗାଁ: ସ୍ଥାନୀୟ ଅଞ୍ଚଳରୁ ଏକ ମନ୍ଦିରରୁ ଚୋରି ଘଟଣାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ବାଲୁଗାଁରୁ ଚୋରି ହୋଇଥିଲେ ହେଁ ପୁଲିସ ସୁଦୂର ରାଜସ୍ଥାନରୁ ଚୋରମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସ୍ଥାନୀୟ ଦକ୍ଷେଶ୍ୱର ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣାରେ ପୁଲିସ ମୋଟ ୪ ଜଣଙ୍କୁ ଗିରଫ କରିଛି । ୪ ଆନ୍ତଃରାଜ୍ୟ ଲୁଟେରାକୁ ପୁଲିସ ରାଜସ୍ଥାନରୁ ଗିରଫ କରିଛି । ଗତ ଡିସେମ୍ବର ୨୨ ତାରିଖରେ ମନ୍ଦିରର ଗୋଟିଏ କି ଦୁଇଟି ନୁହେଁ ମୋଟ ୨୨ଟି ମୂର୍ତ୍ତି ଚୋରି ହୋଇଥିଲା । ତେବେ ଚୋରି ହୋଇଥିବା ମୂର୍ତ୍ତି ମଧ୍ୟରୁ ୯ଟି ମୂର୍ତ୍ତି ଓ ୪ଟି ତରଳା ଯାଇଥିବା ମୂର୍ତ୍ତି ଉଦ୍ଧାର କରିଛି ।