ବିଜେପିରେ ତେଜୁଛି ନୀତୀଶ ବିରୋଧୀ ସ୍ୱର: ପରବର୍ତ୍ତୀ ପଦକ୍ଷେପ ଉପରେ ନଜର
ବିଜେପିରେ ତେଜୁଛି ନୀତୀଶ ବିରୋଧୀ ସ୍ୱର: ପରବର୍ତ୍ତୀ ପଦକ୍ଷେପ ଉପରେ ନଜର
admin
Nov 12, 2020 - 04:53
Updated: Nov 12, 2020 - 04:53
ପାଟନା : ବିହାର ବିଜେପିରେ ଏବେ ନୀତୀଶ ବିରୋଧୀ ସ୍ୱର ଜୋରଦାର ହୋଇଛି । କେତେକ ବରିଷ୍ଠ ନେତା ଖୋଲାଖୋଲି ଭାବେ ନୀତୀଶଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ ସୁଯୋଗ ଦେବା ଉଚିତ ନୁହେଁ ବୋଲି କହିଛନ୍ତି । ଏନଡିଏ ମେଣ୍ଟରେ ବିଜେପି ଆଗରେ ଥିବାରୁ ଜେଡିୟୁ ଏହାକୁ ସମ୍ମାନ ଦେଇ କାମ କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି । ବିଜେପି ୭୪ ଆସନରେ ଆଗୁଆ ଥିବା ବେଳେ ଜେଡିୟୁ ବହୁତ ପଛରେ ରହିଛି । ବିହାରରେ ବିଜେପି ପ୍ରଥମ ଥର ପାଇଁ ଏନଡିଏର ଏକ ବରିଷ୍ଠ ଅଂଶୀଦାର ହେବାକୁ ଯାଉଛି । ଉଭୟ ବିଜେପି ଓ ଜେଡିୟୁ ମଧ୍ୟରେ ୫୦:୫୦ ଆସନ ବୁଝାମଣା ହୋଇଥିଲା । ଯଦିଓ ନିର୍ବାଚନ ପରେ ବିଜେପି ପକ୍ଷରୁ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ସ୍ୱୀକାର କରାଯାଇଛି ତେବେ କିଛି ନେତା ନିଜର ଅସନ୍ତୋଷ ଜାହିର କରିଛନ୍ତି । ସେହିପରି ମେଣ୍ଟରେ ଛୋଟ ଦଳ ରହିଥିବା ନୀତିଶ ମୁଖ୍ୟମନ୍ତ୍ରୀ ଆସନ ପାଇଁ କେତେ ଦୂର ଉପଯୁକ୍ତ ତାହା ଆଗାମୀ ଦିନରେ ଜଣା ପଡିବ । ନୀତିଶ କୁମାର ଏହି ମାମଲାରେ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଥିବା ବେଳେ ଆଗାମୀ ଦିନରେ ସ୍ଥିତି ସ୍ପଷ୍ଟ ହେବ । ପ୍ରଥମ ଥର ପାଇଁ ବି ବିହାରରେ ବିଜେପିର ଭୋଟ ପ୍ରତିଶତ ବଢ଼ିଛି । ଉଲ୍ଲେଖଯୋଗ୍ୟ ୨୦୧୫ ରେ ବିଜେପି ଓ ଜେଡିୟୁ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ । ଜେଡିୟୁ କଂଗ୍ରେସ ଏବଂ ଆରଜେଡି ସହ ମେଣ୍ଟରେ ଥିବା ବେଳେ ୭୧ଟି ଆସନରେ ଜିତିଥିଲା । ଅନ୍ୟ ପକ୍ଷରେ ବିଜେପି ୫୩ ଆସନରେ ଜିତିପାରିଥିଲା ।