ବିନିକା ଥାନା ଭିତରେ ଆତ୍ମାହୁତି ଉଦ୍ୟମ

ବିନିକା ଥାନା ଭିତରେ ଆତ୍ମାହୁତି ଉଦ୍ୟମ

ବିନିକା ଥାନା ଭିତରେ ଆତ୍ମାହୁତି ଉଦ୍ୟମ
ସୁବର୍ଣ୍ଣପୁର: ବିନିକା ଥାନା ଭିତରେ ଜଣେ ଯୁବ ଠିକାଦାର ଆତ୍ମାହୁତି ଉଦ୍ୟମ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଦେହରେ କିରାସିନି ଢାଳି ଠିକାଦାର ଜଣକ ଆତ୍ମାହୁତି ଉଦ୍ୟମ କରିଛନ୍ତି । ରାସ୍ତା କାମର ବକେୟା ୮୭ ହଜାର ଟଙ୍କା ନମିଳିବାରୁ ଠିକାଦାର ଜଣକ ଏଭଳି ପଦକ୍ଷେପ ନେଇଛନ୍ତି । ତେବେ ଆତ୍ମାହୁତି ଉଦ୍ୟମ ବେଳେ ଉପସ୍ଥିତ ପୁଲିସ ଠିକାରଦାରଙ୍କୁ କାବୁ କରିବା ସହ ଥାନାରେ ଅଟକ ରଖିଥିବା ଜଣାଯାଇଛି । ପ୍ରକାଶ ଯେ, ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଧମକ ଦେବା ଅଭିଯୋରେ ପୁଲିସ ସମ୍ପୃକ୍ତ ଠିକାଦାରଙ୍କୁ ଥାନାକୁ ଡାକିଥିଲା । ତେବେ ଠିକାଦାର ଜଣକ ଥାନାକୁ ଆସି ଦେହରେ କିରାସିନି ଡାଳି ଆତ୍ମାହୁତି ଉଦ୍ୟମ କରିଥିବା ଜଣାଯାଇଛି ।