ଗୃହରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ, କାରଣ ଜାଣନ୍ତୁ

ଗୃହରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ, କାରଣ ଜାଣନ୍ତୁ

ଗୃହରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ, କାରଣ ଜାଣନ୍ତୁ
ଭୁବନେଶ୍ୱର: ଆଜି କାଲି ସାଧାରଣ ଲୋକ ନିଜ ନିଜର ଦାବି ପୂରଣ ନହେଲେ ଆତ୍ମହତ୍ୟା ଧମକ ଦେଉଛନ୍ତି । ତେବେ ଓଡ଼ିଶାର ଜଣେ ବିଧାୟକ ଆଜି ମଣ୍ଡି ସମସ୍ୟା ନେଇ ଆତ୍ମହତ୍ୟା ଧମକ ଦେଇଛନ୍ତି । ବିଧାନସଭାରେ ଏଭଳି ଧମକ ଦେଇଛନ୍ତି ଜଣେ ବିଧାୟକ । ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଏଭଳି ଧମକ ଦେଇଛନ୍ତି । ମଣ୍ଡିରୁ ଧାନ ନଉଠିଲେ ସେ ଆତ୍ମହତ୍ୟା କରିବେ ବୋଲି ଶ୍ରୀ ପାଣିଗ୍ରାହୀ ଆଜି ବିଧାନସଭାରେ ଧମକ ଦେଇଛନ୍ତି । ପ୍ରକାଶ ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ମଣ୍ଡିରେ ଧାନ ବିକ୍ର୍ରି ହେଉନଥିବା ଭଳି ସମସ୍ୟା ଲାଗି ରହିଛି । ଯାହାକୁ ନେଇ ଚାଷୀମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏହାକୁ ନେଇ କେଉଁଠି ରାସ୍ତାରୋକ ତ କେଉଁଠି ଧାରଣା ଦିଆଯାଉଛି । ତଥାପି ମଣ୍ଡିକୁ ଟାର୍ଗେଟ ମିଳୁନଥିବାରୁ ମଣ୍ଡିରେ ଧାନ ବିକ୍ରି ନହୋଇ ପଡ଼ିରହୁଛି ।