ବିପଦମୁକ୍ତ ବିଦ୍ୟାଶ୍ରୀ

ବିପଦମୁକ୍ତ ବିଦ୍ୟାଶ୍ରୀ

ବିପଦମୁକ୍ତ ବିଦ୍ୟାଶ୍ରୀ
କଟକ : ସନେ୍ଦହଜନକ ଭାବେ ପ୍ରାଣ ହରାଇଥିବା ସମାଜସେବୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ଅତ୍ୟଧିକ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଫେସବୁକ ଲାଇଭରେ କରିଥିବା ଆତ୍ମହତ୍ୟା ଉଦ୍ୟମ ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିଦ୍ୟାଶ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ଏବଂ ସେ ବିପଦମୁକ୍ତ ଥିବା ଏସସିବି ପକ୍ଷରୁ ସୂଚନା ମିଳିଛି । ସୂଚନା ଯୋଗ୍ୟ, ବିବାହର ମାସେ ନ ପୂରୁଣୁ ଗତ ଜୁଲାଇ ୭ ତାରିଖ ସକାଳେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ରୋଡ ରେଳଧାରଣାରୁ ସମାଜସେବୀ ଆଦିତ୍ୟଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ବିବାହର କମ ଦିନ ମଧ୍ୟରେ ଆଦିତ୍ୟଙ୍କ ମୃତୁ୍ୟ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ବିଦ୍ୟାଶ୍ରୀ କହିଛନ୍ତି ଯେ କିଛି ଦିନ ହେଲା ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ।