ବିବାହ ଭୋଜିରେ ଶରୀର ଦାନ ଘୋଷଣା କଲେ ବର

ବିବାହ ଭୋଜିରେ ଶରୀର ଦାନ ଘୋଷଣା କଲେ ବର

ବିବାହ ଭୋଜିରେ ଶରୀର ଦାନ ଘୋଷଣା କଲେ ବର
ନିମାପଡ଼ା : ସ୍ଥାନୀୟ ଗ୍ରୀନଲାଣ୍ଡ କଲ୍ୟାଣ ମଣ୍ଡପରେ ରବିବାର ଆୟୋଜିତ ଏକ ବିବାହ ଭୋଜିରେ ଶରୀର ଦାନ ଘୋଷଣା କରିଛନ୍ତି ନବ ବିବାହିତ ଯୁବ ବ୍ୟବସାୟୀ ରାକେଶ କୁମାର ମହାନ୍ତି । ନିମାପଡ଼ା ଏନଏସି ଅନ୍ତର୍ଗତ ଅମଲାପଡ଼ାର ରବିନାରାୟଣ ଓ ଛନ୍ଦାରାଣୀ ମହାନ୍ତିଙ୍କ ପୁତ୍ର ରାଜେଶଙ୍କ ବିବାହ ଭୋଜି ରବିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା । ବନ୍ଧୁ, ବାନ୍ଧବ ଓ ନିମନ୍ତ୍ରିତ ଅତିଥିଙ୍କ ଗହଳି ଲାଗିଥିଲା । ଏହି ସମୟରେ ନିଜ ଭୋଜିରେ ନବ ବିବାହିତ ରାକେଶ, ପତ୍ନୀ ରୂପାଲି ଓ ସମସ୍ତଙ୍କ ସାମ୍ନାରେ ନିଜ ଶରୀରକୁ ଏସସିବି ମେଡିକାଲ କଲେଜକୁ ଦାନ କରିଥିବା ଘୋଷଣା କରିବା ସହିତ ସତ୍ୟପାଠ ଦେଖାଇଥିଲେ । ବରଗଡ଼ରୁ ପ୍ରକାଶିତ ପାକ୍ଷିକ ପତି୍ରକା ‘କୋଶଲ ଟାଇମସ’ର ସମ୍ପାଦକ ସଞ୍ଜୀବ କୁମାର ମହାପାତ୍ରଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ରାକେଶ ତାଙ୍କ ଶରୀର ଦାନ କରି୍ଥିବା କହିଥିଲେ । ମୃତୁ୍ୟ ପରେ ଯେଉଁ ଶରୀର ମାଟିରେ ମିଶିଯିବ ତାକୁ ମାନବ ସମାଜ ମଙ୍ଗଳ ପାଇଁ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ସେ ଶରୀର ଦାନ କରିଥିବା ପ୍ରକାଶ କରିଛନ୍ତି । ଏହି ସମୟରେ ‘କୋଶଲ ଟାଇମସ’ର ସମ୍ପାଦକ ଶ୍ରୀ ମହାପାତ୍ର, ରାକେଶଙ୍କ ପିତା, ମାତା ପ୍ରମୁଖ ଉପସ୍ଥିତ ଥିଲେ ।