ଜାଡ଼ରେ ଥର ଥର କମ୍ପୁଛି କନ୍ଧମାଳ

ଜାଡ଼ରେ ଥର ଥର କମ୍ପୁଛି କନ୍ଧମାଳ

ଜାଡ଼ରେ ଥର ଥର କମ୍ପୁଛି କନ୍ଧମାଳ
ଫୁଲବାଣୀ : ଜାଡ଼ରେ ଥର ଥର କମ୍ପୁଛି କନ୍ଧମାଳ । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ତୁଷାରପାତ ହୋଇଛି । ଏପଟେ ପାରଦ ସର୍ବନିମ୍ନ ୪ ଡିଗ୍ରୀକୁ ଖସି ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ୪ ବର୍ଷ ପୂର୍ବେ ଏହି ଫୁଲବାଣୀର ତାପାମାତ୍ରା ଶୂନକୁ ଖସିଥିଲା । ଏହା ପରଠୁ ତାପମାତ୍ରା ୫ ଡିଗ୍ରୀରୁ ତଳକୁ ଖସି ନଥିଲା । ଗତକାଲି ୫.୫ ଡିଗ୍ରୀ ଥିବା ବେଳେ ଫୁଲବାଣୀ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀରେ ପହଞ୍ଚିଛି । ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଫୁଲବାଣୀର ତାପମାତ୍ରା ଆହୁରି ୧ ରୁ ୨ ଡିଗ୍ରୀ ତଳକୁ ଖସିବ ଅନୁମାନ କରାଯାଉଛି । ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଥିଲା । ପର୍ଯ୍ୟଟକମାନେ ଶୀତରୁ ମଜା ନେବା ସହ ବିଛେଇ ହୋଇପଡ଼ିଥିବା ଚୁନାଚୁନା ବରଫ ଦେଖି ଉଲ୍ଲସିତ ହୋଇଥିଲେ । କିଛି ଦିନ ହେଲା ଶୀତ ଓ ତୁଷାରପାତ ଯୋଗୁଁ କନ୍ଧମାଳକୁ ବାହାର ପର୍ଯ୍ୟଟକଙ୍କ ସୁଅ ଛୁଟିବା ଆରମ୍ଭ ହୋଇ ଯାଇଛି । ଶୀତ ପାଇଁ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ଥିବା ବେଳେ ଯାନବାହାନ ଚଳାଚଳ ଏକରକମ ବନ୍ଦ ରହିଥିଲା । ଦାରିଙ୍ଗବାଡ଼ି ତୁଳନାରେ ଫୁଲବାଣୀରେ ଶୀତର ମାତ୍ରା ଅଧିକ ରହୁଛି ।