ବିରୁଷ୍କାଙ୍କ ନିବେଦନ

ବିରୁଷ୍କାଙ୍କ ନିବେଦନ

ବିରୁଷ୍କାଙ୍କ ନିବେଦନ
ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରିବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ବଲିଉଡ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା (ବିରୁଷ୍କା) । ଭାରତୀୟଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ନିୟମିତ ଭାବେ ସଚେତନ କରାଉଥିବା କୋହଲି ନିଜେ କେତେ ଅର୍ଥ ପ୍ରଦାନ କରିବେ ବୋଲି ସ୍ପଷ୍ଟ କରିନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏତେ ଲୋକ ପ୍ରଭାବିତ ହେବା ଆମକୁ ଭାଙ୍ଗି ଦେଇଛି, ଆମେ ନିଜ ଅବଦାନ ରଖିବାକୁ ଯାଉଛୁ ବୋଲି କୋହଲି କହିଛନ୍ତି । ଅଦ୍ୟାବଧି ସଚିନ ତେନ୍ଦୁଲକର ୫୦ ଲକ୍ଷ, ସୁରେଶ ରାଇନା ୫୨ ଲକ୍ଷ, ବିସିସିଆଇ ୫୧ କୋଟି ପ୍ରଦାନ କରିସାରିଛନ୍ତି । ପିଭି ସିନ୍ଧୁ, ବଜରଙ୍ଗ ପୁନିଆ, ହୀମା ଦାସ ପ୍ରମୁଖ ସହାୟତାର ହାତ ବଢ଼ାଇ ସାରିଛନ୍ତି ।