ବ୍ରିଟେନ ଫେରନ୍ତାଙ୍କ ମଧ୍ୟରେ ୩ ପଜିଟିଭ ଚିହ୍ନଟ

ବ୍ରିଟେନ ଫେରନ୍ତାଙ୍କ ମଧ୍ୟରେ ୩ ପଜିଟିଭ ଚିହ୍ନଟ

ବ୍ରିଟେନ ଫେରନ୍ତାଙ୍କ ମଧ୍ୟରେ ୩ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ତାଙ୍କ ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଆମ ପାଖକୁ ୨୮ ଜଣ ବ୍ରିଟେନ ଫେରନ୍ତାଙ୍କ ତାଲିକା ଆସିଥିଲା । ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩ ଜଣ ପଜିଟିଭଙ୍କ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି । ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ କି ନାହିଁ ଟେଷ୍ଟରୁ ଜଣାପଡ଼ିବ । ଦ୍ୱିତୀୟ ପର୍ଯ୍ୟାୟରେର ୬୦ରୁ ୭୦ ଫେରନ୍ତାଙ୍କ ତାଲିକା ଆସିଛି । ସେମାନଙ୍କ ଫୋନ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରୁଛୁ । ୩ଟି ଜୋନ ପାଇଁ ୬ଟି ଟିମ ଗଠନ କରାଯାଇ ଯାଞ୍ଚ ଆରମ୍ଭ ହୋଇଛି । ସେମାନଙ୍କ ଭିତରୁ କାହାକୁୁ ପାଉଛୁ ବା ନପାଉଛୁ କାଲି ଭିତରେ ଜଣାପଡ଼ିଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।