ଭାରତରେ ପଶିବାକୁ ପାକ୍ ଆତଙ୍କବାଦୀ ଙ୍କ ଉଦ୍ୟମ।

ଭାରତରେ ପଶିବାକୁ ପାକ୍ ଆତଙ୍କବାଦୀ ଙ୍କ ଉଦ୍ୟମ।

ଭାରତରେ ପଶିବାକୁ ପାକ୍ ଆତଙ୍କବାଦୀ ଙ୍କ ଉଦ୍ୟମ।
ସମଗ୍ର ବିଶ୍ୱ କରୋନା ଭାଇରସ କବଳରେ ବ୍ୟଥିତ ହେଉଥିବା ବେଳେ ପାକିସ୍ତାନ ଭାରତ ମଧ୍ୟକୁ ଆତଙ୍କବାଦୀଙ୍କୁ ପ୍ରବେଶ କରାଇବା ଯୋଜନା କରୁଛି । କୋଭିଡ-୧୯ ଦ୍ୱାରା କ୍ଷତିଗ୍ରସ୍ତ ହୋଇ ମଧ୍ୟ ପାକିସ୍ତାନ ଭାରତ ବିରୋଧୀ ଷଡଯନ୍ତ୍ରରୁ ମୁକ୍ତ ହୋଇପାରୁନାହିଁ । ପ୍ରାୟ ୪୫୦ ଜଣ ପାକିସ୍ତାନୀ ଆତଙ୍କବାଦୀ କାଶ୍ମୀର ମଧ୍ୟକୁ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି ଏବଂ ସେମାନେ ପାକିସ୍ତାନର ୧୪ଟି ଅପରେସନାଲ ଲଞ୍ଚ ପ୍ୟାଡ ଦେଇ କାଶ୍ମୀର ମଧ୍ୟକୁ ପଶିବାକୁ ଉଦ୍ୟମ କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଭାରତୀୟ ସୁରକ୍ଷା ଅଧିକାରୀଙ୍କ ତଥ୍ୟ ଅନୁସାରେ, ଏହି ୪୫୦ ଆତଙ୍କବାଦୀଙ୍କ ମଧ୍ୟରୁ ଲସ୍କର-ଇ-ତୋଇବାର ୨୪୪ ଜଣ, ଜୈସ-ଏ-ମହମ୍ମଦର ୧୨୯ ଜଣ ଏବଂ ହିଜବୁଲ ମୁଜାହିଦ୍ଦିନିର ୬୦ ଜଣ ଏବଂ ଅବଶିଷ୍ଟ ଅଲ ବଦର ଗୋଷ୍ଠୀ ଅନ୍ତର୍ଭୁକ୍ତ । ଏହି ଆତଙ୍କବାଦୀମାନେ ପାକ ଅଧିକୃତ କାଶ୍ମୀରରୁ ପ୍ରଶିକ୍ଷିତ ହୋଇ ଜମ୍ମୁ କାଶ୍ମୀର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ଭାରତୀୟ ଗୁଇନ୍ଦା ସଂସ୍ଥାର ତଥ୍ୟ ଅନୁସାରେ ପାକିସ୍ତାନର ମୋଟ ୧୬ଟି ଆତଙ୍କବାଦୀ ଶିବିର ମଧ୍ୟରୁ ପାକ ଅଧିକୃତ କାଶ୍ମୀରରେ ୧୧ଟି, ପଞ୍ଜାବରେ ଗୋଟିଏ, ପାକିସ୍ତାନରେ ଗୋଟିଏ ଏବଂ କେପିକେ ଅଞ୍ଚଳରେ ୩ଟି ଆତଙ୍କବାଦୀ ଶିବିର ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଗତବର୍ଷ ଅଗଷ୍ଟରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଥମ ଗ୍ରୀଷ୍ମ ଋତୁକୁ ନଜରରେ ରଖି ଆତଙ୍କବାଦୀମାନେ କାଶ୍ମୀର ମଧ୍ୟକୁ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି । ପାକିସ୍ତାନର ଆଇଏସଆଇ ଜମ୍ମୁ କାଶ୍ମୀରର ବ୍ୟାପକ ଅଞ୍ଚଳରେ ଆତଙ୍କବାଦୀମାନଙ୍କୁ ପ୍ରବେଶ କରାଇବାର ଯୋଜନା କରୁଛି ବୋଲି ଜଣେ ଭାରତୀୟ ଗୁଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି ।