ଭାରତରେ ଲୋକତନ୍ତ୍ର ଏକ ଜୀବନ ମୂଲ୍ୟ: ମୋଦୀ
ଭାରତରେ ଲୋକତନ୍ତ୍ର ଏକ ଜୀବନ ମୂଲ୍ୟ: ମୋଦୀ
admin
Dec 10, 2020 - 09:48
Updated: Dec 10, 2020 - 09:48
ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଭୂମିପୂଜନ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଭିମିପୂଜନ କରିଛନ୍ତି । ୨୦୨୨ ସୁଦ୍ଧା ନୂଆ ଭବନ ନିର୍ମାଣ ଶେଷ ହେବା ନେଇ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି ।
ଭୂମିପୂଜା ପରେ ନିଜ ବକ୍ତବ୍ୟ କରି ମୋଦୀ କହିଛନ୍ତି ଯେ, ଆଜିର ଦିନ ଭାରତୀୟ ଲୋକତାନ୍ତ୍ରିକ ଇତିହାସରେ ମାଇଲଖୁଣ୍ଟ । ପୂରାକାଳରୁ ଭାରତରେ ଲୋକତନ୍ତ୍ର ପ୍ରଚଳିତ ହୋଇଆସୁଛି । ଭାରତୀୟ ଲୋକତାନ୍ତ୍ରିକ ବ୍ୟବସ୍ଥା ସାରା ବିଶ୍ୱ ପାଇଁ ଆଲୋକବର୍ତ୍ତିକା । ଭାରତରେ ଲୋକତନ୍ତ୍ର ଏକ ସଂସ୍କାର ଓ ଏକ ଜୀବନ ମୂଲ୍ୟ । ଦିନ ଆସିବ, ନିଶ୍ଚିତ ସାରା ବିଶ୍ୱ କହିବ ଭାରତ ହେଉଛି ଗଣତନ୍ତ୍ରର ମା’ । ସଂସଦ ଭିତରେ ବାହାରେ ବାଦ, ବିବାଦ ତ ହେବ । କିନ୍ତୁ ରାଷ୍ଟ୍ରସେବା ମୂଳ ଲକ୍ଷ୍ୟ । ଆମର ପ୍ରତି ନିର୍ଣ୍ଣୟ ଯେମିତି ରାଷ୍ଟ୍ରକୁ ଶକ୍ତିଶାଳୀ କରିବ । ଆମର ପ୍ରତି ନିଷ୍ପତ୍ତି ଯେମିତି ଆଗାମୀ ପିଢିକୁ ନୂଆ ଦିଗଦର୍ଶନ ଦେବ ବୋଲି ମୋଦୀ କହିଛନ୍ତି ।