ଭାରତୀୟ ନୌସେନାରେ ସାମିଲ ହେଲା ୱଜିର
ଭାରତୀୟ ନୌସେନାରେ ସାମିଲ ହେଲା ୱଜିର
admin
Nov 12, 2020 - 11:46
Updated: Nov 12, 2020 - 11:46
ମୁମ୍ବାଇ: ଯୁଦ୍ଧଜାହଜ ୱଜିର ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି । ଦକ୍ଷିଣ ମୁମ୍ବାଇ ସ୍ଥି୍ତ ମଝଗାଓଁ ଗୋଦୀ ସମୁଦ୍ରତଟରେ ଜଳାବତରଣ କରିଛି ଏହି ଯୁଦ୍ଧଜାହଜ । ସ୍କର୍ପିଅନ ଶ୍ରେଣୀର ପଞ୍ଚମ ଜାହଜ ୱଜିର ସମ୍ପୂର୍ଣ୍ଣ ଭାବରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ । ଶତ୍ରୁ ଦେଶର ରାଡାରରେ ମଧ୍ୟ ଧରାପଡିବ ନାହିଁ ଏହି ବୁଡାଜାହଜ । ଏହା ସହିତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ମଧ୍ୟ ରଖିଛି ଏହି ଜାହଜ । କେନ୍ଦ୍ରମନ୍ତ୍ରୀ ଶୀ୍ରପଦ ନାୟକଙ୍କ ପତ୍ନୀ ବିଜୟା ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବିଜୟା ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଭାରତରେ ନିର୍ମାଣ କରାଯାଉଥିବା ୬ କାଲଭାରୀ ଯୁଦ୍ଧଜାହଜ ମଧ୍ୟରୁ ଅନ୍ୟତମ । ଫ୍ରାନ୍ସର ଡିସିଏନଏସ ଏବଂ ଭାରତୀୟ ନୌସେନା ମକ୍ଷରୁ ମିଳିତ ଭାବରେ ଏହାର ଡିଜାଇନ ପ୍ରସ୍ତୁତ କରାଯାଇଛି । ଭାରତୀୟ ନୌସେନାର ଉପ ଯୋଜନା-୭୫ ଆଧାରରେ ଏହି ଜାହଜ ନିର୍ମାଣ କରାଯାଇଛି । ଭାରତ ମହାସାଗରରେ ଦେଖାଯାଉଥିବା ଶିକାରୀ ମାଛ ୱଜିର ଅନୁସାରେ ଏହି ଯୁଦ୍ଧଯାଜର ନାମ ୱଜିର ରଖାଯାଇଛି ।