ଭିଜିଲାନ୍ସ ଜାଲରେ ବିଞ୍ଝାରପୁର ଥାନାର ଏଏସଆଇ
ଭିଜିଲାନ୍ସ ଜାଲରେ ବିଞ୍ଝାରପୁର ଥାନାର ଏଏସଆଇ
admin
Nov 14, 2019 - 08:31
Updated: Nov 14, 2019 - 08:31
ଯାଜପୁର : ଭିଜିଲାନ୍ସ ଜାଲରେ ଯାଜପୁର ବିଞ୍ଝାରପୁର ଥାନା ଏଏସଆଇ ଯୁଧିଷ୍ଠିର ମଲ୍ଲିକ ।ବାସଭବନରେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଲେ ବିଞ୍ଝାରପୁର ଥାନା ଏଏସଆଇ ।
ସୂଚନା ଅନୁସାରେ, ବିଞ୍ଝାରପୁର କଣ୍ଟିପୁର ଅଞ୍ଚଳର ପ୍ରଫୁଲ ମଲ୍ଲିକ କୌଣସି ଜମି ଜମା ଗଣ୍ଡଗୋଳ କାରଣରୁ ଉକ୍ତ ଗ୍ରାମର କରୁଣାକର ମଲ୍ଲିକ ଓ ତାଙ୍କ ପରିବାର ବିରୁଦ୍ଧରେ ଗତ ମାସ ୧୮ ତାରିଖରେ ବିଞ୍ଝାରପୁର ଥାନାରେ ଏତଲା ଦେଇଥିଲେ। ପରେ ଉକ୍ତ ଘଟଣାକୁ ନେଇ କରୁଣାକରଙ୍କ ପତ୍ନୀ କାମିନୀ ମଲ୍ଲିକ ପ୍ରଫୁଲ ଓ ତାଙ୍କ ପରିବାର ବିରୁଦ୍ଧରେ ଏତଲା ଦେଇଥିଲେ। ଏହି ମାମଲାରେ ଏଏସଆଇ ଯୁଧିଷ୍ଠିର ମଲ୍ଲିକ କରୁଣାକରଙ୍କ ପରିବାରକୁ ଧମକାଇବା ସହ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ କରୁଣାକରଙ୍କ ଭାଇ ବାଇଧର ମଲ୍ଲିକ ଯାଜପୁର ଭିଜିଲାନ୍ସର ସହାୟତା ନେଇଥିଲେ। ଏହାପରେ ବିଞ୍ଝାରପୁର ପେଟ୍ରୋଲ ପମ୍ପ ନିକଟରେ ଥିବା ତାଙ୍କ ବାସଭବନରେ ଏଏସଆଇଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ସମୟରେ ଯାଜପୁର ଭିଜିଲାନ୍ସ ଡ଼ିଏସପି ବନମାଳୀ ଧଳ ଓ ଇନ୍ସପେକ୍ଟର ଅନୁସୟା ସେନାପତିଙ୍କ ନେତୃତ୍ୱରେ ଚଢାଉ କରି ଏଏସଆଇଙ୍କୁ ଲାଞ୍ଚ ଟଙ୍କା ସହ ଗିରଫ କରିଥିଲେ।