ଭିଜିଲାନ୍ସ ହାତରେ ଆଇଆଇସି

ଭିଜିଲାନ୍ସ ହାତରେ ଆଇଆଇସି

ଭିଜିଲାନ୍ସ ହାତରେ ଆଇଆଇସି
ଗୋପ : ପୁରୀ ଜିଲା ଗୋପ ଥାନା ଅଧିକାରୀ ସୌମ୍ୟଜିତ୍‌ ମିଶ୍ର ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ରେଞ୍ଜ ଡିଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କ ସହ ଏକ ଭିଜିଲାନ୍ସ ଟିମ୍‌ ତାଙ୍କୁ ଟଙ୍କା ସହ ଧରିଛନ୍ତି। ପ୍ରକାଶ ଯେ, ୪ ଦିନ ତଳେ ଗୋପ ଥାନା ଅଧୀନ ଓଡ଼ପଣ୍ଡା ଗ୍ରାମରେ ଏକ ବିବାହ ଉତ୍ସବରେ ବାଣଫୁଟାକୁ କେନ୍ଦ୍ରକରି ୨ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଗୋପ ଥାନା ଅଧିକାରୀ ତଦନ୍ତ କରୁଥିଲେ। ଓଡ଼ପଣ୍ଡା ଗ୍ରାମର ଗଙ୍ଗାଧର ଜେନାଙ୍କ ନାମ ଏଥିରେ ରହିଥିଲା। ଏଥିରୁ ନିଜ ନାମକୁ କାଟିବା ପାଇଁ ଗଙ୍ଗାଧର ଥାନା ଅଧିକାରୀ ମିଶ୍ରଙ୍କୁ କହିଥିଲେ। ଏଥିପାଇଁ ମିଶ୍ର ତାଙ୍କୁ ୫ ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ। ମାତ୍ର ସୋମବାର ଗଙ୍ଗାଧରଙ୍କଠାରୁ ୩ ହଜାର ଟଙ୍କା ନେଉଥିବା ବେଳେ ମିଶ୍ର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।