ମେଡିକାଲ ଅଧ୍ୟକ୍ଷା କହିଲେ ର‌୍ୟାଗିଂ ନୁହେଁ, ପରମ୍ପରା ରକ୍ଷା କରୁଥିଲେ ସିନିଅର

ମେଡିକାଲ ଅଧ୍ୟକ୍ଷା କହିଲେ ର‌୍ୟାଗିଂ ନୁହେଁ, ପରମ୍ପରା ରକ୍ଷା କରୁଥିଲେ ସିନିଅର

ଏସସିବି ମେଡିକାଲ କଲେଜରେ ରାଗିଙ୍ଗ ଅଭିଯୋଗ। ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଛାତ୍ରଙ୍କୁ ରାଗିଙ୍ଗ ଅଭିଯୋଗ ଆସିଛି ଜ୍ଝ ରବିବାର ଦିନ ପ୍ରଥମ ବର୍ଷ ଏମବିବିଏସ ଛାତ୍ରଙ୍କୁ ଶେଷବର୍ଷର ଛାତ୍ର ରାଗିଙ୍ଗ କରିଥିବା ନେଇ ମେଡିକାଲ କଲେଜ ଅଧକ୍ଷାଙ୍କ ନିକଟରେ ଅଭିଯୋଗ ହୋଇଥିବା ସୂଚନା ରହିଛି ଜ୍ଝ ପ୍ରଥମ ବର୍ଷ ଛାତ୍ରଙ୍କ ଅଭିଯୋଗକ୍ରମେ ଏସସିବି ମେଡିକାଲ କଲେଜର ଆଣ୍ଟି ରାଗିଙ୍ଗ କମିଟି ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଉଭୟ ପ୍ରଥମ ଓ ଶେଷ ବର୍ଷ ଛାତ୍ରଙ୍କୁ ଡାକି ପଚରାଉଚରା କରିଥିବା ସୂଚନା ରହିଛିଜ୍ଝ ଅନ୍ୟପଟେ ଉକ୍ତ ଘଟଣା ନେଇ ମେଡିକାଲ କଲେଜ ଅଧକ୍ଷା ଲୁସି ଦାସ ରଖିଛନ୍ତି ପ୍ରତିକ୍ରିୟା। ମେଡିକାଲର ଶେଷ ବର୍ଷର ଛାତ୍ରୀଛାତ୍ରମାନେ ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କୁ ନିଜ ନାମ, ଠିକଣା ନେଇ ବା ବିଧିବଦ୍ଧ ଭାବେ ପରିଚୟ ସମ୍ପର୍କରେ ପଚାରିଥିଲେ ଜ୍ଝ ଯାହାକି ପୂର୍ବରୁ ଏକ ପରମ୍ପରା ରହି ଆସିଛି ଜ୍ଝ ମେଡିକାଲ କଲେଜର କୌଣସି ଛାତ୍ରଛାତ୍ରୀ ରାଗିଙ୍ଗ ନେଇ ଲିଖିତ କିମ୍ବା ମୌଖିକ ଭାବେ ଅଭିଯୋଗ କରି ନାହାଁନ୍ତି ଜ୍ଝ ଏସସିବି ମେଡିକାଲ କଲେଜର ଆଣ୍ଟି ରାଗିଙ୍ଗ କମିଟି ରହିଛି ଏବଂ ପ୍ରତ୍ୟେକ ବର୍ଷ ନୂତନ ଛାତ୍ରଛାତ୍ରୀ ଯୋଗ ଦେବା ପରେ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥାଏ । ଏଭଳି ରାଗିଙ୍ଗ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏକ ପ୍ରକାରର ଗୁଜବ ଏଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ସେ ।