ମନ୍ତ୍ରୀ ପଦ ନ ରହିଲେ ମୋର କିଛି ଯାଏ ଆସେ ନାହିଁ : ପ୍ରତାପ ଷଡ଼ଙ୍ଗୀ
ମନ୍ତ୍ରୀ ପଦ ନ ରହିଲେ ମୋର କିଛି ଯାଏ ଆସେ ନାହିଁ : ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି, ମନ୍ତ୍ରିମଣ୍ଡଳରେ କାହାକୁ ରଖିବେ କି ନାହିଁ ତାହା ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାଧୀନ । ତେଣୁ ମୁଁ ଏଥିରେ ମୁଁ ବିଚଳିତ ଓ ଚିନ୍ତିତ ନୁହେଁ । ମୁଁ କେବେ ମନ୍ତ୍ରୀ ପଦ ପାଇଁ ଆଶା କରି ନ ଥିଲି । ମନ୍ତ୍ରୀ ହେବା ପାଇଁ କେବେ କଳ୍ପନା କରି ନ ଥିଲି । ଅଚାନକ ଫୋନ୍ ପାଇ ମନ୍ତ୍ରୀ ହୋଇଥିଲି । ତେଣୁ ମନ୍ତ୍ରୀ ପଦ ନ ରହିଲେ ମୋର କିଛି ଯାଏ ଆସେ ନାହିଁ । ମନ୍ତ୍ରୀ କି ବିଧାୟକ ନ ଥିଲା ବେଳେ ଲୋକଙ୍କ ସେବା କରୁଥିଲି । ତାହା ଜାରି ରହିବ । ମନ୍ତ୍ରୀ ଭାବେ ତାଙ୍କ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ଅସନ୍ତୁଷ୍ଟ ଥିବା ନେଇ ହେଉଥିବା ଚର୍ଚ୍ଚା ପ୍ରସଙ୍ଗରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ମୋତେ ଏ କଥା ଜଣା ନାହିଁ । ପ୍ରଧାନମନ୍ତ୍ରୀ କେବେ ଅସନ୍ତୋଷ ବ୍ୟକ୍ତ କରି ନ ଥିଲେ । ସେ ଅନେକ ଥର ଆମ ସହ ବୈଠକ କରିଛନ୍ତି । ପ୍ରେରଣାଦାୟୀ ପ୍ରସ୍ତାବ ଦିଅନ୍ତି । ମୋ ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତାଙ୍କ ଅସନ୍ତୋଷ ମୁଁ ଜାଣିବାର ସୁଯୋଗ ପାଇ ନାହିଁ ।