ମନ୍ଦିର ଖୋଲିବା ପାଇଁ ମୋଡାଲିଟି ସ୍ଥିର

ମନ୍ଦିର ଖୋଲିବା ପାଇଁ ମୋଡାଲିଟି ସ୍ଥିର

ମନ୍ଦିର ଖୋଲିବା ପାଇଁ ମୋଡାଲିଟି ସ୍ଥିର
ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ମନ୍ଦିରଗୁଡ଼ିକୁ ଖୋଲିବା ପାଇଁ ମୋଡାଲିଟି ସ୍ଥିର ହୋଇଛି । ଏନେଇ ଦେବୋତ୍ତର ନିରୀକ୍ଷକ ନିରୋଜ ଛୋଟରାୟ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ମନ୍ଦିର ଖୋଲିବା ନେଇ ମୋଡାଲିଟି ସ୍ଥିର ହୋଇଛି । ୧୮ ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଏକକାଳୀନ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଥିବାବେଳେ ସାମାଜିକ ଦୂୂରତା କଥା କୁହାଯାଇଛି । ମନ୍ଦିର ପ୍ରବେଶ ଦ୍ୱାରରେ ସାନିଟାଇଜର ଓ ବାରମ୍ବାର ବିଶୋଧନ ପ୍ରସ୍ତାବ ଦିଆଯାଇଛି । ଏସବୁ ମାନି ମନ୍ଦିର ଖୋଲାଯାଇ ପାରିବ ବୋଲି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ନମାନିଲେ ମନ୍ଦିର ଖୋଲିବ ନାହିଁ । ଏନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ନିରୋଜ ଛୋଟରାୟ ସୂଚନା ଦେଇଛନ୍ତି ।