କର୍ଣ୍ଣାଟକର ୱିଷ୍ଟ୍ରନ କାରଖାନାରେ ଭଙ୍ଗାରୁଜା, ୪୩୭ କୋଟି ଟଙ୍କାର କ୍ଷତି ସହିଛି କମ୍ପାନୀ
କର୍ଣ୍ଣାଟକର ୱିଷ୍ଟ୍ରନ କାରଖାନାରେ ଭଙ୍ଗାରୁଜା, ୪୩୭ କୋଟି ଟଙ୍କାର କ୍ଷତି ସହିଛି କମ୍ପାନୀ
admin
Dec 14, 2020 - 11:33
Updated: Dec 14, 2020 - 11:33
କର୍ଣ୍ଣାଟକର କୋଲାରରେ ଆଇଫୋନ ଉତ୍ପାଦନ କରୁଥିବା ତାଇୱାନ କମ୍ପାନୀ ୱିଷ୍ଟ୍ରନ କାରଖାନାରେ ଶନିବାର ଦିନ କମ୍ପାନୀରେ କାମ କରୁଥିବା ଶ୍ରମିକମାନଙ୍କୁ ତୁମୁଳକାଣ୍ଡ କରିଛନ୍ତି । ଦରମା ନଦେବାରୁ ଶ୍ରମିକମାନେ କାରଖାନାରେ ଏଭଳି ଭଙ୍ଗାରୁଜା କରିଥିବା ଜଣାପଡିଛି । ପୋଲିସ ଏବଂ କର୍ଣ୍ଣାଟକ ଶ୍ରମ ବିଭାଗକୁ ଦିଆଯାଇଥିବା ଅଭିଯୋଗରେ କମ୍ପାନୀ କହିଛି ଯେ ବିକ୍ଷୋଭକାରୀମାନେ ହଜାର ହଜାର ଆଇଫୋନ୍ ଲୁଟ୍ କରିଛନ୍ତି । ଯେଉଁଥିପାଇଁ ୱିଷ୍ଟ୍ରନ୍ କମ୍ପାନୀକୁ ୪୩୭ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି ।
ସୂଚନା ଅନୁସାରେ, କର୍ଣ୍ଣାଟକର କୋଲାର ଜିଲ୍ଲାର ନରସାପୁର ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଅବସ୍ଥିତ ତାଇୱାନର ଏକ କମ୍ପାନୀ ୱିଷ୍ଟ୍ରନ୍ ଭାରତରେ ଆଇଫୋନ୍ ଆସେମ୍ବଲି ଭାବେ କାର୍ୟ୍ୟ କରୁଛି । ଶନିବାର ସକାଳେ ଏଠାରେ କାମ କରୁଥିବା କର୍ମଚାରୀମାନେ କମ୍ପାନୀର ପରିଚାଳନା ବିରୋଧରେ ଅଭିଯୋଗ କରିଥିଲେ ଯେ କର୍ମଚାରୀମାନଙ୍କୁ କମ୍ପାନୀ କିଛି ମାସ ହେବ ଦରମା ଦେଇନାହିଁ । ଏହାକୁ ପ୍ରତିବାଦ କରୁଥିବା ଶ୍ରମିକମାନେ ୱିଷ୍ଟ୍ରନ କାର୍ୟ୍ୟାଳୟରେ ଭଙ୍ଗାରୁଜା କରିବା ସହ ଗାଡିରେ ନିଆଁ ଲଗାଇ ଦେଇଥିଲେ। ବିକ୍ଷୋଭକାରୀମାନେ କାରଖାନା ଉପରକୁ ପଥର ଫିଙ୍ଗିବା ସହ କମ୍ପାନୀର ବୋର୍ଡରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।
ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଟିମ ପହଞ୍ଚିଥିଲେ ମଧ୍ୟ ଲୋକଙ୍କ କ୍ରୋଧିତ ଶ୍ରମିକମାନେ ପୋଲିସ୍ ଜିପ୍ ଉପରକୁ ପଥର ଫିଙ୍ଗିଥିଲେ, ଏହା ପରେ ପୋଲିସ ଫୋର୍ସ ବ୍ୟବହାର କରି ବିରୋଧ କରୁଥିବା ଲୋକଙ୍କୁ ଘଉଡାଇ ଦେଇଥିଲା।