ମମିତା ମେହେରଙ୍କ ଶେଷ ଟ୍ୱିଟ କ’ଣ ଜାଣନ୍ତୁ
ମମିତା ମେହେରଙ୍କ ଶେଷ ଟ୍ୱିଟ କ’ଣ ଜାଣନ୍ତୁ
ଭୁବନେଶ୍ୱର : ଟ୍ୱିଟରରେ ଅଳ୍ପ ସକ୍ରିୟ ଥିଲେ ମମିତା ମେହେର । କିନ୍ତୁ ଏବେ ତାଙ୍କ ଟ୍ୱିଟରରେ ଗୋଟିଏ ହେଲେ ଟ୍ୱିଟ ଅବା ମିଡିଆ ଫାଇଲ ଦେଖିବାକୁ ମିଳିନାହିଁ । ଯାହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି । ଏନେଇ କେତେକ ଗଣମାଧ୍ୟମରେ ଖବର ବି ପ୍ରକାଶ ପାଇଛି ।
ତେବେ ମମିତା ୨୮୦ ପୋଷ୍ଟକୁ ଲାଇକ କରିଥିବା ଦେଖିବାକୁ ମିଳିଛି । ସେପ୍ଟେମ୍ବର ୩୦ରେ ସେ କବୟିତ୍ରୀ ମୋନାଲିସାଙ୍କ ଏକ ଟ୍ୱିଟକୁ ଲାଇକ କରିଥିଲେ । ଯାହା ଥିଲା ତାଙ୍କର ଶେଷ ଲାଇକ । ମୋନାଲିସାଙ୍କ ଟ୍ୱିଟ ଥିଲା, କେବଳ ମୋ ପ୍ରେମକୁ ନୁହେଁ, ମୋ ପ୍ରତ୍ୟାଖାନକୁ ବି ଚୁପଚାପ ସ୍ୱୀକାର କରିନିଏ । କେବଳ ମୋ ମିଠା କଥା ନୁହେଁ, ମୋ କଟୁକଥାକୁ ବି ମୁଣ୍ଡପାତି ସହିନିଏ । ସମସ୍ତେ କୁହନ୍ତି, ‘କେଜାଣି କେମିତିକା ମଣିଷ ସିଏ ।’ ମୋ ମନ କୁହେ, ‘ମଣିଷ ନୁହେଁ ଦେବଦୂତଟେ ସିଏ’ । ଏହି ଟ୍ୱିଟ ଥିଲା ମମିତାଙ୍କ ଶେଷ ଲାଇକ । ଏହା ପରଠାରୁ ସେ ଆଉ ଟ୍ୱିଟରରେ ସକ୍ରିୟ ନଥିଲେ ।
ତେବେ ୨୦୨୦ ମେ’ରୁ ୨୦୨୧ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପ୍ରାୟ ବର୍ଷାଧିକ କାଳ ମଧ୍ୟରେ ମମିତା କ’ଣ ଗୋଟିଏ ବି ଟ୍ୱିଟ କରିନଥିଲେ ? କାହା ଟ୍ୱିଟ ଉପରେ କ’ଣ ମତାମତ ଦେଇନଥିଲେ ? ଯାହାକୁ ନେଇ ସନ୍ଦେହ ହେବା ସ୍ୱାଭାବିକ । ସେହିପରି ସେ ୫୭ ଜଣଙ୍କୁ ଫଲୋ କରିଥିବାବେଳେ ହାତଗଣତି କେତେଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ସେଲିବ୍ରିଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅଭିନେତା ଅନୁଭବ ମହାନ୍ତି, ସୋନୁସୁଡ଼, ରାକେଶ ରୋଶନ, ଅନୀଲ କାପୁର, ସୌରଭ ଗାଙ୍ଗୁଲି, ଅଭିଷେକ ବଚ୍ଚନ, ଅଜୟ ଦେବଗନ, ଶାହାରୁଖ ଖାନ, ଓଟିଭି, ସିଏମଓ, ପିଏମଓ, କପିଲ ଶର୍ମର୍ା, ଅମିତ ଶାହା ପ୍ରମୁଖଙ୍କୁ ସେ ଫଲୋ କରୁଥିଲେ ।