ମରିଗଲା ମାନବିକତା, ପାଣି ଟୋପାଏ ନ ପାଇ ଆଖି ବୁଜିଲେ ଯୁବକ

ମରିଗଲା ମାନବିକତା, ପାଣି ଟୋପାଏ ନ ପାଇ ଆଖି ବୁଜିଲେ ଯୁବକ

ମରିଗଲା ମାନବିକତା, ପାଣି ଟୋପାଏ ନ ପାଇ ଆଖି ବୁଜିଲେ ଯୁବକ
ଜୟପୁର: ସଭ୍ୟ ସମାଜରୁ ମରିଗଲା ମାନବିକତା । ପାଣି ଟୋପାଏ ନ ପାଇ ଟଳି ପଡ଼ିଲେ ଜଣେ ଯୁବକ । ଛଟପଟ ହୋଇ ଯୁବକଙ୍କ ଜୀବନ ଚାଲି ଯାଉଥିବା ଦେଖି ନ ଦେଖିଲା ପରି ରହିଥିଲେ ଉପସ୍ଥିତ ଜନତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସହରର ମୁଖ୍ୟ ରାସ୍ତାରେ । ମିଳିଥିବା ସୂଚନା ମୁତାବକ ଦିନ ୧୧ ଟା ୧୫ ବେଳେ ଜୟପୁର ୱେଲକମ ଛକ ନିକଟରେ ଜଣେ ଅପରିଚିତ ଯୁବକ ଅସୁସ୍ଥ ହୋଇ ରାସ୍ତାରେ ପଡ଼ିଥିବା ନେଇ ଖବର ପାଇଥିଲା ଟାଉନ ପୋଲିସ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅସୁସ୍ଥ ଯୁବକଙ୍କୁ ତୁରନ୍ତ ମେଡିକାଲ ନେଇଥିବା ବେଳେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅପରିଚିତ ଏହି ଯୁବକ ଜଣକ ମୃତୁ୍ୟର ଅଧ ଘଣ୍ଟା ପୂର୍ବରୁ ପାଣି ପାଇଁ ଡହଳବିକଳ ହୋଇଥିଲେ । ପାଣି ଟିକିଏ ମାଗିଥିଲେ ମଧ୍ୟ କେହି ତାଙ୍କୁ ଦେଲେ ନାହିଁ । ସେଠି ଥିବା ଏକ ସ୍କୁଟି ଉପରେ ଭରା ଦେଇ ବସୁ ବସୁ ସେ ଟଳି ପଡ଼ିଥିଲେ । ପରିଚୟ ମିଳି ନଥିବାରୁ ଯୁବକଙ୍କ ଶବ କୋରାପୁଟ ସ୍ଥିତ ଶବାଗାରରେ ରଖାଯାଇଛି । ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଟାଉନ ଥାନା ଆଇଆଇସି ବାଲେଶ୍ୱର ଗିଦ୍ଧି କହିଛନ୍ତି ।