ମସ୍ତିଷ୍କ ସଂଗ୍ରହାଳୟ

ମସ୍ତିଷ୍କ ସଂଗ୍ରହାଳୟ

ମସ୍ତିଷ୍କ ସଂଗ୍ରହାଳୟ
ବେଲଜିୟମ ଡୁଫେଲଠାରେ ଏକ ମାନସିକ ରୋଗ ଚିକିତ୍ସାଳୟ ଅଛି । ବିଭିନ୍ନ ମାନସିକ ରୋଗର ଗବେଷଣା ଉଦ୍ଦେଶ୍ୟରେ ଏଠାରେ ସଂରକ୍ଷିତ ଅଛି ପାଖାପାଖି ପ୍ରାୟ ତିନି ହଜାର ମଗଜ ବା ମସ୍ତିଷ୍କ । ରାସାୟନିକ ପଦାର୍ଥ ବୋଳା ଯାଇଥିବା ମସ୍ତିଷ୍କ ଗୁଡିକ କାଚ ଡବାରେ ସୁରକ୍ଷିତ ଅଛି । ଏହାକୁ ବିଶ୍ୱର ସବୁଠାରୁ ବୃହତମ ମସ୍ତିଷ୍କ ସଂଗ୍ରହାଳୟ କୁହାଯାଏ । ଜଣେ ବ୍ରିଟସ ଡାକ୍ତରଙ୍କ ଦ୍ୱାରା ଏ ସମସ୍ତ ମସ୍ତିଷ୍କ ପ୍ରାୟ ଚାଳିଶ ବର୍ଷ ପୂର୍ବରୁ ସଂଗୃହୀତ ହୋଇଥିଲା । କୌଣସି କାରଣରୁ ତାଙ୍କ ପାଇଁ ବ୍ୟବହାର ଉପଯୋଗୀ ହେଲା ନାହିଁ । ସେହି ସମୟରୁ ଉକ୍ତ ଚିକିତ୍ସାଳୟରେ ସେଗୁଡିକ ରଖାଯାଇଛି । ଭବିଷ୍ୟତରେ ଏଗୁଡିକ ମାନସକ ରୋଗର ଗବେଷଣାରେ ବ୍ୟବହାର କରାଯିବ ବୋଲି କିଛି ଗବେଷକ-ଚିକିତ୍ସକ କହିଛନ୍ତି ।