ମହାଙ୍ଗା ଡବଲ ମର୍ଡର ଘଟଣା ଏଡ଼ାଇବାକୁ ଉଦ୍ୟମ ହେଉଛି : ସମୀର ମହାନ୍ତି
ମହାଙ୍ଗା ଡବଲ ମର୍ଡର ଘଟଣା ଏଡ଼ାଇବାକୁ ଉଦ୍ୟମ ହେଉଛି : ସମୀର ମହାନ୍ତି
admin
Mar 20, 2021 - 10:17
Updated: Mar 20, 2021 - 10:17
ଭୁବନେଶ୍ୱର: ସରକାରଙ୍କ ନାଲିଆଖିକୁ ବିଜେପି ଡରିବ ନାହିଁ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ମହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ପଦଯାତ୍ରାରେ ଏଭଳି କହିଛନ୍ତି ଶ୍ରୀ ମହାନ୍ତି । ସେ କହିଛନ୍ତି ପ୍ରସଙ୍ଗ ଏଡ଼ାଇବାକୁ ଉଦ୍ୟମ ହେଉଛି । ପ୍ରତାପ ଜେନାଙ୍କ ପ୍ରସଙ୍ଗ ଏଡ଼ାଇବାକୁ ଶରଦାଙ୍କ ନାଁ ଉଠାଯାଉଛି । ମିଛ ମାମଲାରେ ଫସାଇ ଡରାଇବାକୁ ସରକାର ନାଲି ଆଖି ଦେଖାଉଛନ୍ତି । କିନ୍ତୁ ସରକାରଙ୍କ ନାଲି ଆଖିକୁ ବିଜେପି ଡରିବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପ୍ରକାଶ ଯେ, ମହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗରେ ବିଜେପି ପକ୍ଷରୁ ତାଙ୍କୁ ଗିରଫ କରାଯିବାକୁ ଦାବି କରାଯାଇଛି । ଏନେଇ ଆଜି ବିଜେପି ପକ୍ଷରୁ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ସଦଭାବନା ପଦଯାତ୍ରା ଆରମ୍ଭ ହୋଇଛି । ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଆରମ୍ଭ ହୋଇଛି । ଏଥିରେ ଲେଖାଶ୍ରୀ ସାମନ୍ତସିଂହାର ଓ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବହୁ କର୍ମୀ ସାମିଲ ହୋଇଛନ୍ତି ।
ଅନ୍ୟପକ୍ଷରେ ଶନିବାର ଗୃହରେ ମାହାଙ୍ଗା ମର୍ଡର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ପ୍ରସଙ୍ଗ ଉଠିଛି । ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଶୂନ୍ୟକାଳରେ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଆଇନ ବ୍ୟବସ୍ଥା ଶାସକ ଦଳ ପାଇଁ ଗୋଟିଏ ଓ ବିରୋଧୀ ଦଳ ପାଇଁ ଗୋଟିଏ । ମାହାଙ୍ଗା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ଏତଲା ଥିଲେ ବି ଗିରଫ କରାଯାଉନି । ମନ୍ତ୍ରୀଙ୍କୁ ସରକାର ସୁରକ୍ଷା ଦେଉଛନ୍ତି । ସାଧାରଣ ଲୋକେ ଏଥିରେ ଭୟଭୀତ । ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତକୁ ରାସ୍ତାରୁ ହଟାଇଦେଲେ । ତାହା ପ୍ରମାଣ ହେବା ଉଚିତ । ରାବଣ ଓ କଂସ ଭଳି ଶାସନର ବି ଦିନେ ଅବସାଦ ହୋଇଥିଲା । ଏକଥାକୁ ରାଜ୍ୟ ସରକାର ଭୁଲିଯିବା ଉଚିତ ନୁହେଁ ବୋଲି ପ୍ରଦୀପ୍ତ ନାଏକ କହିଥିଲେ ।