ବର୍ଷା-ଅନୁଭବଙ୍କ ପୁନର୍ମିଳନ ଉଦ୍ୟମ ବିଫଳ, ଅଦାଲତରେ ହାଜର ହେଲେନି ଉଭୟ

ବର୍ଷା-ଅନୁଭବଙ୍କ ପୁନର୍ମିଳନ ଉଦ୍ୟମ ବିଫଳ, ଅଦାଲତରେ ହାଜର ହେଲେନି ଉଭୟ

ବର୍ଷା-ଅନୁଭବଙ୍କ ପୁନର୍ମିଳନ ଉଦ୍ୟମ ବିଫଳ, ଅଦାଲତରେ ହାଜର ହେଲେନି ଉଭୟ
କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବୈବାହିକ ବିବାଦର ଆପେସ ସମାଧାନ ଉଦ୍ୟମ ପୁଣି ବିଫଳ ହୋଇଛି । ସେମାନଙ୍କ ପୁନର୍ମିଳନ ପାଇଁ କଟକ ପରିବାର ଅଦାଲତ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏଥିପାଇଁ ଉଭୟଙ୍କୁ ଅଦାଲତରେ ଉପସ୍ଥିତ ହେବାକୁ କୁହାଯାଇଥିଲା । କିନ୍ତୁ ଉଭୟ ଅଦାଲତରେ ହାଜର ହୋଇନଥିଲେ । ଫଳରେ ଅଦାଲତ ମାମଲାକୁ ଆଉ ଏକ ଦିନକୁ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ମଧ୍ୟ ଦୁଇଟି ତାରିଖ ହୋଇଥିଲା ବେଳେ ଅନୁଭବ ଅଦାଲତକୁ ଆସିନଥିଲେ । ଫଳରେ ଉଭୟଙ୍କୁ ସୁଯୋଗ ଦେବା ପାଇଁ ଅଦାଲତ ପୁଣି ଥରେ ମିଳାମିଶା ଲାଗି ଏକ ଦିନ ଧାର୍ଯ୍ୟ କରିଥିଲେ । କିନ୍ତୁ ତାହା ମଧ୍ୟ ବିଫଳ ହୋଇଛି ।