ମହିଳାଙ୍କ ୫ଟି ସମସ୍ୟା ଦୂର କରେ କେଶର ପାଣି
ମହିଳାଙ୍କ ୫ଟି ସମସ୍ୟା ଦୂର କରେ କେଶର ପାଣି
ମହିଳାଙ୍କ ଶରୀରକୁ ସୁସ୍ଥ ରଖିବା ପାଇଁ କେଶର ଔଷଧ ଭାବରେ କାର୍ଯ୍ୟ କରିଥାଏ । କେଶର ଖାଇଲେ ମହିଳାଙ୍କର ବିଭିନ୍ନ ସମସ୍ୟା ଦୂର ହୋଇଥାଏ । କେଶରକୁ କ୍ଷୀରରେ ମିଶାଇ ରୋଗୀ ଓ ଗର୍ଭବତୀଙ୍କୁ ପିଇବାକୁ ଦିଆଯାଇଥାଏ । ଏହା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଇ ନ ଥାଏ, ଏଥିରେ ଥିବା ପୋଷକତତ୍ତ୍ୱ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତା’ହେଲେ ଆସନ୍ତୁ ଜାଣିବା କେଶର ମହିଳାଙ୍କ ଶରୀରରେ କେଉଁସବୁ ସମସ୍ୟା ଦୂର କରିଥାଏ ।
୧. ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାକୁ ଦୂର କରିବା ପାଇଁ କେଶର ପାଣି ପିଅନ୍ତୁ । ଋତୁସ୍ରାବ ଆରମ୍ଭ ହେବାର କିଛିଦିନ ପରେ କେଶର ପାଣିକୁ ପିଅନ୍ତୁ ।
୨. କେଶର ପାଣି ତ୍ୱଚାକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ । ପ୍ରତିଦିନ ଗୋଟିଏ ଗ୍ଲାସ କେଶର ପାଣି ପିଇଲେ ତ୍ୱଚାରେ ଚମକ ଆସିଥାଏ । ତା’ସହିତ କଳାଦାଗ ଓ ମୁଖବ୍ରଣ ସମସ୍ୟା ଦୂର ହୋଇଥାଏ ।
୩. ଗର୍ଭାବସ୍ଥାରେ ଗୋଟିଏ ଗ୍ଲାସ କେଶର ପାଣି ପିଇଲେ ଗ୍ୟାସ ଓ ମୁଡ୍ ସ୍ୱିଙ୍ଗ ପରି ସମସ୍ୟା ଦୂର ହୋଇଥାଏ । କେବଳ ଏତିକି ନୁହେଁ, କେଶର ଗର୍ଭବତୀଙ୍କ ପାଚନ କ୍ରିୟାକୁ ଠିକ୍ ରଖିବା ସହ ଭଲ ନିଦ କରାଇଥାଏ ।
୪. ସାଧାରଣତଃ ଖାଇବା ପରେ ଆମର ମିଠା ଖାଇବା ଅଭ୍ୟାସ ରହିଥାଏ। କିନ୍ତୁ ମିଠା ଖାଇଲେ ଶରୀରର ଓଜନ ବଢ଼ିଥାଏ । ତେଣୁ ମିଠା ଖାଇବା ଅଭ୍ୟାସରୁ ମୁକ୍ତି ପାଇବା ପାଇଁ କେଶର ପାଣି ପିଅନ୍ତୁ । କେଶର ପାଣି ମିଠା ଖାଇବା ଅଭ୍ୟାସକୁ ଦୂର କରିଥାଏ ।
୫. କେଶ ଅଧିକ ଝଡୁଥିଲେ ନିୟମିତ କେଶର ପାଣି ପିଅନ୍ତୁ । କେଶରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କେଶ ମୂଳକୁ ମଜବୁତ୍ ରଖିବାରେ ସାହାଯ୍ୟ କରିଥାଏ ।
କେଶର ପାଣି ପ୍ରସ୍ତୁତି ପ୍ରଣାଳୀ
କେଶର ପାଣି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ୮ରୁ ୯ଟି କେଶର ନିଅନ୍ତୁ । ଏହାପରେ ଗୋଟିଏ ଗ୍ଲାସ ପାଣିରେ ସେଗୁଡ଼ିକୁ ପକାଇ ଫୁଟାନ୍ତୁ । ଆପଣ ଚାହିଁଲେ ପାଣିର ସ୍ୱାଦ ବଢ଼ାଇବା ପାଇଁ ଏଥିରେ କିଛି ବୁନ୍ଦା ମହୁ ମଧ୍ୟ ପକାଇପାରିବେ । ପ୍ରତିଦିନ ସକାଳେ କିମ୍ୱା ସନ୍ଧ୍ୟାରେ କେଶର ପାଣି ପିଇଲେ ଶରୀରକୁ ଅନେକ ଲାଭ ମିଳିଥାଏ ।