ମାର୍ଚ୍ଚ ୩୦ରେ ହେବ ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀ

ମାର୍ଚ୍ଚ ୩୦ରେ ହେବ ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀ

ମାର୍ଚ୍ଚ ୩୦ରେ ହେବ ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀ
ନୂଆଦିଲ୍ଲୀ: ହୃଦଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅବସ୍ଥା ଏବେ ସ୍ଥିର ରହିଥିବାବେଳେ ଶନିବାର ଅପରାହ୍ନରେ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ଡାକ୍ତରଙ୍କ ଏକ ଦଳ ତାଙ୍କର ପରୀକ୍ଷାନିରୀକ୍ଷା କରିବା ପରେ ମାର୍ଚ୍ଚ ୩୦ରେ ବାଇପାସ୍ ସର୍ଜରୀ କରିବାକୁ ସ୍ଥିର କରିଛି । ଶୁକ୍ରବାର ସକାଳେ ରାଷ୍ଟ୍ରପତିଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ସେ ଆର୍ମି ହସ୍ପିଟାଲକୁ ଯାଇଥିଲେ । ସେଠାରେ ତାଙ୍କର ବିଭିନ୍ନ ପ୍ରକାର ଯାଂଚ କରିଯିବା ସହିତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଲଗାତର ନଜର ରଖାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି ଆର୍ମି ହସ୍ପିଟାଲ ଯାଇ ରାଷ୍ଟ୍ରପତି କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ । ଶନିବାର କିନ୍ତୁ ଆର୍ମି ହସ୍ପିଟାଲ ଦ୍ୱାରା ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦିଆଯାଇଥିଲା