ମିଡିଆରେ କହ୍ନେୟା କ୍ରେଜ୍

ମିଡିଆରେ କହ୍ନେୟା କ୍ରେଜ୍

ମିଡିଆରେ କହ୍ନେୟା କ୍ରେଜ୍

ମିଡିଆରେ କହ୍ନେୟା କ୍ରେଜ୍

ନୂଆଦିଲ୍ଲୀ: କହ୍ନେୟା କ୍ରେଜ୍ । ସିପିଆଇ ଛାଡ଼ି କଂଗ୍ରେସ ହାତ ଧରିଥିବା କହ୍ନେୟା କୁମାରଙ୍କୁ  ନେଇ ଏବେ ଜାତୀୟ ଗଣମାଧ୍ୟମରେ ପ୍ରବଳ କ୍ରେଜ୍ । ଆଜି ଅଧିକାଂଶ ଜାତୀୟ ନୁ୍ୟଜ୍ ଟିଭି ଚ୍ୟାନେଲରେ କହ୍ନେୟାଙ୍କ ସାକ୍ଷାତକାର ଦେଖିବାକୁ ମିଳିଛି । ଏଥିପାଇଁ  ଏଆଇସିସି କାର୍ଯ୍ୟାଳୟରେ ଗଣମାଧ୍ୟମର ପ୍ରବଳ ଭିଡ଼ ଲାଗିଥିଲା । ଏ ନେଇ ଜାତୀୟ ଗଣମାଧ୍ୟମ ପ୍ରତିନିଧି ଅରୁଣ କୁମାର ଟ୍ୱିଟ୍ କରି ଲେଖିଛନ୍ତି, କହ୍ନେୟା କୁମାରଙ୍କ ସାକ୍ଷାତକାର ପାଇଁ ଏଆଇସିସି କାର୍ଯ୍ୟାଳୟରେ ଅସମ୍ଭାଳ ଭିଡ଼ ହୋଇଥିଲା । କେହି କାହାକୁ ବାଟ ଛାଡୁନଥିଲେ । ଏଆଇସିସି ମିଡିଆ ସେଲ୍ ବହୁ ଭାବିଚିନ୍ତି ଏକ ଅଭିନବ ବାଟ ଆପଣାଇଥିଲା । ସାକ୍ଷାତକାର ପାଇଁ ଲଟେରି ହୋଇଥିଲା । ଯାହାର ଲଟେରି ଗୁଳା ଉଠିଲା ସେଇ ଚ୍ୟାନେଲକୁ କହ୍ନେୟା ପ୍ରଥମେ ସାକ୍ଷାତକାର ଦେବା ପାଇଁ ନିଷ୍ପତ୍ତି ହେଲା । ଆଜି ବହୁ ଚ୍ୟାନେଲରେ କହ୍ନେୟା କୁମାରଙ୍କ ସାକ୍ଷାତକାର ଦେଖିବାକୁ ମିଳିଛି ।