ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବାକୁ ବିଜେପିର ଚେତାବନୀ

ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବାକୁ ବିଜେପିର ଚେତାବନୀ

ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବାକୁ ବିଜେପିର ଚେତାବନୀ

ଭୁବନେଶ୍ୱର:ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ବିଭତ୍ସ ହତ୍ୟା ମାମଲାରେ ଆନ୍ଦୋଳନ ତେଜିବାକୁ ନିଷ୍ପତ୍ତି ନେଇଛି ବିଜେପି। ଏଥର ଦଳ ସିଧା ଆକ୍ରମଣ ଓ ଟାର୍ଗେଟ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ମୁଖ୍ୟମନ୍ତ୍ରୀ ଯୁଆଡ଼େ ଯିବେ, ବିଜେପି ବିରୋଧ କରିବ। ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରାଯିବ ବୋଲି ବିଜେପି କହିଛି।

 ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ  ଆସନ୍ତା ୮ ତାରିଖରୁ ମହାସଂଗ୍ରାମ କରାଯିବ ବୋଲି ବିଜେପି ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମାଜିକ ବାସନ୍ଦ କରାଯିବା କାର୍ୟ୍ୟକ୍ରମ ଆସନ୍ତା ୮ତାରିଖ କଳାହାଣ୍ଡି ଜିଲ୍ଲା ଗସ୍ତରୁ ହିଁ ଆରମ୍ଭ କରିବ ବିଜେପି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ମମିତା ହତ୍ୟା ପ୍ରସଙ୍ଗରେ ନବୀନ ବାବୁ ମୁହଁ ଖୋଲୁନାହାନ୍ତି। ମୁଖମନ୍ତ୍ରୀ ସବୁ ଜାଣି ବି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଛନ୍ତି। ମନ୍ତ୍ରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଉନାହାନ୍ତି। ଏଭଳି ସମୟରେ ନିଜ ଦମ୍ଭ ଦେଖାଇବାକୁ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରୁଛନ୍ତି। ଏହାର ବିରୋଧ କରାଯିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ୮ତାରିଖରେ ଯାଉଥିବାବେଳେ ସେହିଦିନଠୁ ହିଁ ତାଙ୍କୁ ସାମାଜିକ ବାସନ୍ଦ କରାଯିବା ଆରମ୍ଭ ହେବ । ସୋମବାର ୮ତାରିଖରେ ରାଜ୍ୟବ୍ୟାପୀ ୩୧୪ଟି ବ୍ଲକ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କର କୁଶ ପୁତ୍ତଳିକା ଦାହ କରାଯିବା ସହ ବିରୋଧ ପ୍ରଦର୍ଶନ କରାଯିବ ।