ମୁଗଡାଲି ଦହି ବରା ପ୍ରସ୍ତୁତି ପ୍ରଣାଳୀ

ମୁଗଡାଲି ଦହି ବରା ପ୍ରସ୍ତୁତି ପ୍ରଣାଳୀ

ମୁଗଡାଲି ଦହି ବରା ପ୍ରସ୍ତୁତି ପ୍ରଣାଳୀ
ଆବଶ୍ୟକୀୟ ସାମଗ୍ରୀ: କଞ୍ଚା ମୁଗଡାଲି ୧ କପ, ଭଜା ଜୀରାଲଙ୍କା ୧ ଚାମଚ, ଖାଇବା ସୋଡା ଟିପେ, ଦହି ୧ କପ୍, ପାଣି ୨ କପ, ଅଦା ଖଣ୍ଡେ, କଞ୍ଚାଲଙ୍କା ୪ଟା, ରିଫାଇନ ତେଲ ଓ ଲୁଣ ଆବଶ୍ୟକ ଅନୁସାରେ । ପ୍ରସ୍ତୁତି ପ୍ରଣାଳୀ: କଞ୍ଚା ମୁଗଡାଲି ୨ ଘଣ୍ଟା ଭିଜାଇ ଧୋଇ ଛାଣି କଞ୍ଚାଲଙ୍କା ସହ ବାଟି ପିଠଉ ପ୍ରସ୍ତୁତ କରନ୍ତୁ । ସେଥିରେ ସୋଡ଼ା ଓ ଲୁଣ ମିଶାଇ ଫେଣ୍ଟନ୍ତୁ । ଦହି ଓ ପାଣି ମିଶାଇ ଫେଣ୍ଟନ୍ତୁ । କଡେ଼ଇରେ ତେଲ ଗରମ କରି ମୁଗ ପିଠଉରେ ଛୋଟ ଛୋଟ ବରା ଛାଣି ରଖନ୍ତୁ । ଏହାକୁ ଖାଲି ପାଣିରେ ପକାଇ ୫ ମିନିଟ୍ ପରେ ଚିପୁଡ଼ି ଦହିରେ ପକାନ୍ତୁ । ଖାଇବା ସମୟରେ ବରାରେ ଜୀରା ଲଙ୍କା ଗୁଣ୍ଡ ଓ ଆବଶ୍ୟକ ଅନୁସାରେ ଲୁଣ ଦେଇ ଖାଇପାରିବେ ।