ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି

ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି

ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି
ଭୁବନେଶ୍ୱର - ନୀଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନଆଇଏନଏଲ)ରୁ ପୁଞ୍ଜି ପ୍ରତ୍ୟାହାର ନେଇ ନିଷ୍ପତ୍ତି ନିଆଯାଇଛି । ପୁଞ୍ଜି ପ୍ରତ୍ୟାହାର ନେଇ ବୁଧବାର କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡେକର ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଏନଆଇଏନଏଲରେ ଥିବାା ୬ଟି ଅଂଶୀଦାରଙ୍କ ପୁଞ୍ଜି ପ୍ରତ୍ୟାହାର ହେବ । ଏମଏମଟିସିି ଏବଂ ମେକନ ଆଦି ୬ଟି ଅଂଶୀଦାର ସେମାନଙ୍କ ପୁଞ୍ଜି ପ୍ରତ୍ୟାହାର କରିବେ । ନିଲାମୀ ଜରିଆରେ ନୂଆ ଅଂଶୀଦାର ନୀଳାଚଳ ଇସ୍ପାତ ନିଗମ ଲିମିଟେଡରେ ସାମିଲ ହେବେ । ନୀଳାଚଳ ଇସ୍ପାତର ରୂପ ବଦଳିବ ଓ ରୋଜଗାର ବଢିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡେକର ସୂଚନା ଦେଇଛନ୍ତି ।