ମେ ୧୫ ସୁଦ୍ଧା ଉଡ଼ିବ ଘରୋଇ ବିମାନ; ହରଦୀପ ସିଂହ

ମେ ୧୫ ସୁଦ୍ଧା ଉଡ଼ିବ ଘରୋଇ ବିମାନ; ହରଦୀପ ସିଂହ

ମେ ୧୫ ସୁଦ୍ଧା ଉଡ଼ିବ ଘରୋଇ ବିମାନ; ହରଦୀପ ସିଂହ
ଦେଶରେ ବିମାନ ଚଳାଚଳ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଆସନ୍ତା ୧୫ ତାରିଖ ସୁଦ୍ଧା ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯୋଜନା ହେଉଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଙ୍କେତ ଦେଇଛନ୍ତି। ହରଦୀପ ସିଂହ ପୁରୀ କହିଛନ୍ତି, ମେ ୧୫ ତାରିଖ ପୂର୍ବରୁ ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯୋଜନା ଚାଲିଛି। ମାତ୍ର ନିର୍ଦ୍ଦିଷ୍ଟ ଭାବେ ଏହି ସେମାନ କେବେ ଆରମ୍ଭ ହେବ ତାହା କହିହେବ ନାହିଁ। ଏ କ୍ଷେତରେ ରାଜ୍ୟ ସରକାରମାନେ ସହଯୋଗ କରିବା ଦରକାର। କେବଳ ଗ୍ରୀନ ଜୋନରେ ବିମାନ ଉଡ଼ାଣ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଗ୍ରୀନ ଜୋନରେ ବିମାନ ଚଳାଚଳ କରିବା ସହଜ। କିନ୍ତୁ ମେଟ୍ରୋ ସହରକୁ ବାଦ୍‌ ଦିଆଯାଇ ପାରିବ ନାହିଁ। ମାତ୍ର ସମସ୍ତ ମେଟ୍ରୋ ସହର ଏବେ ରେଡ୍‌ ଜୋନରେ ରହିଛି। ଖୁବଶୀଘ୍ର ଏ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୪ ତାରିଖରୁ ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପରଠାରୁ ଦେଶରେ ବିମାନ ଚଳାଚଳ ବନ୍ଦ ରହିଛି।