ଯଦି ହେଲଟା ଊଦ୍ଧ୍ୱର୍ମୁଖୀ ହୁଏ, ତେବେ ଅର୍ଥନୀତି ପୁଣି ଥରେ ବିଗିଡ଼ିବାର ସମ୍ଭାବନା ରହିଛି : WHO

ଯଦି ହେଲଟା ଊଦ୍ଧ୍ୱର୍ମୁଖୀ ହୁଏ, ତେବେ ଅର୍ଥନୀତି ପୁଣି ଥରେ ବିଗିଡ଼ିବାର ସମ୍ଭାବନା ରହିଛି : WHO

ଯଦି ହେଲଟା ଊଦ୍ଧ୍ୱର୍ମୁଖୀ ହୁଏ, ତେବେ ଅର୍ଥନୀତି ପୁଣି ଥରେ ବିଗିଡ଼ିବାର ସମ୍ଭାବନା ରହିଛି  : WHO

ନୂଆଦିଲ୍ଲୀ: ଭାରତବର୍ଷରେ ପ୍ରଥମେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ ବର୍ତ୍ତମାନ ସମଗ୍ର ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ନିଜର କାୟା ମେଲାଇ ସାରିଛି । ୯୬ଟି ଦେଶରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) । ତେବେ ଆଗକୁ ଡେଲଟା ଭୟଙ୍କର ରୂପ ଧାରଣ କରିବ ବୋଲି ଆଶା କରାଯାଉଛି । ତେଣୁ ସତର୍କ ରହିବାକୁ ହୁ ଚେତାବନୀ ଦେଇଛି ।

ହୁ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଦେଶମାନଙ୍କରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି, ସେଠାରେ ବର୍ତ୍ତମାନ ପୂର୍ବାପେକ୍ଷା ଅଧିକ ସଂକ୍ରମଣ ଚିହ୍ନଟ ହେଉଛି । ତେବେ ପୂର୍ବରୁ ଚିହ୍ନଟ ହୋଇଥିବା ସମସ୍ତ ଭାରିଆଣ୍ଟ ଅପେକ୍ଷା ଏହା ଅଧିକ ଘାତ ହୋଇପାରେ । ଏହାକୁ ରୋକିବାକୁ ହେଲେ ଉପଯୁକ୍ତ ପଦକ୍ଷେପ ନେବା ଦରକାର । ଆଲଫା ଭାରିଆଣ୍ଟ ୧୭୨ଟି ଦେଶରେ, ବିଟା ଭାରିଆଣ୍ଟ ୧୨୦ଟି ଦେଶରେ ଓ ଗାମା ଭାରିଆଣ୍ଟ ୭୨ଟି ଦେଶରେ ମିଳିଛି । ଆଲଫା ଠାରୁ ଡେଲଟା ଭାରିଆଣ୍ଟ ୫୫ ପ୍ରତିଶତ ଅଧିକ ଭୟଙ୍କର ଭାବେ ସଂକ୍ରମଣ ବଢ଼ାଉଛି । ବ୍ରିଟେନରେ ଏବେ ସଂକ୍ରମିତଙ୍କ ମଧ୍ୟରୁ ୯୦ ପ୍ରତିଶତ ଡେଲଟାରେ ସଂକ୍ରମିତ ହୋଇଛନ୍ତି । ଯଦି ହେଲଟା ଊଦ୍ଧ୍ୱର୍ମୁଖୀ ହୁଏ, ତେବେ ଅର୍ଥନୀତି ପୁଣି ଥରେ ବିଗିଡ଼ିବାର ସମ୍ଭାବନା ରହିଛି । ତେଣୁ ଏହାକୁ ରୋକିବାକୁ ହେଲେ ସଂକ୍ରମଣ ବ୍ୟାପୁଥିବା ଅଞ୍ଚଳମାନଙ୍କୁ କଣ୍ଟେନମେଣ୍ଟ ଜୋନ କରିବା ସହ କଟକଣା ଲାଗୁ ହେବା ଆବଶ୍ୟକ ।