ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ ।

ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ ।

ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ ।
ନିଆଳି ଗୋବିନ୍ଦପୁର ଥାନା ଅଧିନ ସୁଦୁ ସାଇଲୋ ଠାରେ ଯୁବକଙ୍କ ମୃତ ଦେହ ଉଦ୍ଧାର। ମୃତ ଯୁବକ ସେହି ଗ୍ରାମର ବ୍ରଜକିଶୋର ଭୋଇ ଓରଫ କାଳନ୍ଦୀ ଭୋଇ ବୋଲି ଜଣାପଡିଛି । ଆଜି ସକାଳୁ ଘର ନିକଟରେ ତାଙ୍କ ମୃତ ଦେହ ପଡିଥିବା ଦେଖି ପଡିଶା ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ହତ୍ୟା ନା ଆତ୍ମହତ୍ୟା, ତାର କାରଣ ଜଣାପଡିନଥିବାବେଳେ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଦାବି କରିଛନ୍ତିି । ଏହା ସହିତ ହୃଦଘାତରେ ମୃତୁ୍ୟ ହୋଇଛି ବୋଲି ସନେ୍ଦହ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।