ରବିବାର ଶଙ୍ଖ ଧରିବେ ଦିଲୀପ
ରବିବାର ଶଙ୍ଖ ଧରିବେ ଦିଲୀପ
admin
Mar 16, 2019 - 03:13
Updated: Mar 16, 2019 - 03:13
ଭୁବନେଶ୍ୱର : ଦିଲ୍ଲୀପ ରାୟଙ୍କ ପରବର୍ତୀ ଗତିବିଧି ଉପରେ ଏବେ ସମସ୍ତଙ୍କ ନଜର । ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ଭଳି ନେତାମାନେ ବିଜେପିରେ ସାମିଲ ହୋଇଥିବାବେଳେ ଏବେ ଦିଲ୍ଳୀପ ରାୟ ଓ ବିଜୟ ମହାପାତ୍ର ଏଯାବତ ସେମାନଙ୍କ କାର୍ଡ ଖୋଲି ନାହାନ୍ତି । ତେବେ ଦିଲ୍ଲୀପଙ୍କ ସହ ବିଜେଡ଼ି ନେତାମାନଙ୍କ ଗୁପ୍ତ ମନ୍ତ୍ରଣା ଜାରି ରହିଥିବାବେଳେ ଖୁବଶୀଘ୍ର ସେ ବିଜେଡ଼ିରେ ମିଶିବେ ବୋଲି କୁହାଯାଉଛି । ରବିବାର ଦିଲୀପ ଶଙ୍ଖ ଧରିବେ ବୋଲି ଜାଣିବାକୁ ମିଳିଛି ।
ମିଳିଥିବା ସୂଚନାନୁସାରେ, ଦିଲୀପ ରାୟ ବିଜେଡିରେ ଯୋଗ ଦେବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ଫଳରେ ବିଜେଡିର ଅନେକ ନେତା ଦିଲ୍ଲୀପଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଦିଲ୍ଲୀପଙ୍କ ମେ’ ଫେୟାର ହୋଟେଲରେ ସୁନ୍ଦରଗଡ ଜିଲା ବିଜେଡିର ପୂର୍ବତନ ସଭାପତି ତଥା ବରିଷ୍ଠ ବିଜେଡି ନେତା ଆନନ୍ଦ ମହାନ୍ତି ତାଙ୍କ ସମର୍ଥକମାନଙ୍କ ସହ ଦିଲୀପଙ୍କୁ ଭେଟି ଆଲୋଚନା କରିଛନ୍ତି । ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରୁ ଯୁବନେତା ବେନେଡିକ୍ଟ ତିର୍କୀ ମଧ୍ୟ ଦିଲୀପଙ୍କୁ ସାକ୍ଷାତ କରି ଦଳକୁ ଆସିଲେ ବିଜେଡି ଆହୁରି ମଜବୁତ ହେବବୋଲି କହିଥିଲେ । ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ସଂଜୀବ ପ୍ରତାପ ସିଂହଦେଓ ମଧ୍ୟ ଦିଲୀପଙ୍କୁ ଭେଟିଥିଲେ । ଯୁବନେତା ପ୍ରକାଶ ପାଶୱାନ ମଧ୍ୟ ତାଙ୍କ ସହ ଆଲୋଚନା କରିଛନ୍ତି । ସବୁଠାରୁ ବଡ କଥା ହେଲା ପୂର୍ବତନ ସାଂସଦ ଦିଲୀପ ତିର୍କୀ ମଧ୍ୟ ଦିଲୀପ ରାୟଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ସେହିପରି ମିନତୀ ଦେବତାଙ୍କ ଭଳି କେତେକ ନାରୀ ନେତ୍ରୀ ଦିଲୀପଙ୍କ ସହ ଆଲୋଚନା କରି ବିଜେଡ଼ିକୁ ଆସିଲେ ଦଳ ଶୃଙ୍ଖଳିତ ଓ ମଜବୁତ ହୋଇପାରିବ ବୋଲି କହିଥିଲେ । ଦିଲୀପ ବିଜେଡ଼ିକୁ ଆସିଲେ ନିଶ୍ଚିତ ଭାବେ ଟିକେଟ ପ୍ରଦାନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଏହି ଆଶାରେ କେତେକ ନେତା ଦିଲୀପଙ୍କ ପାଖରେ ଟିକେଟ ଲବି କରିଥିଲେ ।