ରାଉରକେଲାରେ ନବୀନ, ବିଜେପି କର୍ମୀଙ୍କୁ ଉଠେଇଲା ପୁଲିସ
ରାଉରକେଲାରେ ନବୀନ, ବିଜେପି କର୍ମୀଙ୍କୁ ଉଠେଇଲା ପୁଲିସ
ରାଉରକେଲା: ସୁନ୍ଦରଗଡ଼ ଗସ୍ତରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୧୧ଟାବେଳେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ପହଂଚିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ରାଉରକେଲା ସୁପରସ୍ପେଶାଲିଟି ହସ୍ପିଟାଲ (ଆଇଜିଏଚ)ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ସ୍ମାର୍ଟ କାର୍ଡ ବାଣ୍ଟିବେ । ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବାଣ୍ଟିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଛି । ରାଉରକେଲାରେ ବିଜେପି କର୍ମୀମାନେ ନବୀନଙ୍କ ଗସ୍ତକୁ ବିରୋଧ କରୁଥିବାବେଳେ ପୁଲିସ ସେମାନଙ୍କୁ ରାସ୍ତାରୁ ଉଠାଇ ନେଇଛି ।
ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବେ ବିଭିନ୍ନ ଜିଲ୍ଲା ଗସ୍ତ କରିବା ଆରମ୍ଭ କରିଛନ୍ତି । ପ୍ରଥମେ ମାଲକାନଗିରି ଗସ୍ତ କରି ବିଏସକେୱାଇ ସ୍ମାର୍ଟକାର୍ଡ ନେଇ ଘୋଷଣା କରିଥିଲେ । ତା’ପରେ ଭୁବନେଶ୍ୱରରେ ନିକଟରେ ବହୁ ପ୍ରକଳ୍ପର ଉଦଘାଟନ କରିଥିଲେ । ଏବେ ପାଳି ପଡ଼ିଛି ସୁନ୍ଦରଗଡ଼ର । ବିଏସକେୱାଇ ସ୍ମାର୍ଟ କାର୍ଡ ସହ ଆଉ କେତେକ ପ୍ରକଳ୍ପ ଭେଟିଦେବେ ନବୀନ । ଏଥିରେ ଅନେକ ଉଦଘାଟନୀ ଓ ଭିତ୍ତିପ୍ରସ୍ତର ପ୍ରକଳ୍ପ ରହିଛି । ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଏକରକମ ପ୍ରସ୍ତୁତି ଆରମ୍ଭ କରିଦେଇଛି ।