ରାଜଧାନୀରେ ଦିଆଯିବ କେବଳ କୋଭାକ୍ସିନ ଟିକା

ରାଜଧାନୀରେ ଦିଆଯିବ କେବଳ କୋଭାକ୍ସିନ ଟିକା

ରାଜଧାନୀରେ ଦିଆଯିବ କେବଳ କୋଭାକ୍ସିନ ଟିକା
ଭୁବନେଶ୍ୱର: ଆସନ୍ତା ସପ୍ତାହକ ମଧ୍ୟରେ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ ଆସିବ । ତେବେ ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ । ଅନ୍ୟପକ୍ଷରେ ଏଣିକି ସିଏଚସିରେ ମଙ୍ଗଳ, ବୁଧ ଓ ଶୁକ୍ରବାର ଟିକା ଦିଆଯିବ । ରବିବାର ଟିକାଦାନ ବନ୍ଦ ରହିବ । ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଛୁଟିଦିନ ଛାଡ଼ି ଅନ୍ୟ ଦିନରେ ଟିକା ଦିଆଯିବ । ଗତକାଲି ୪୩୬ ସେସନ୍ସରେ ୪୪,୮୮୦ ଜଣଙ୍କୁ ଟିକା ଦିଆଯାଇଛି । ୨୧ ତାରିଖ ସୁଦ୍ଧା ମୋଟ ୧,୧୩,୬୨୩ ଜଣଙ୍କୁ ଟିକାକରଣ କରାଯାଇଥିବା ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।