ରାଜ୍ୟ ପ୍ୟାକେଜ ନ ମାଗିବା ଉପହାସ : କଂଗ୍ରେସ

ରାଜ୍ୟ ପ୍ୟାକେଜ ନ ମାଗିବା ଉପହାସ : କଂଗ୍ରେସ

ରାଜ୍ୟ ପ୍ୟାକେଜ ନ ମାଗିବା ଉପହାସ : କଂଗ୍ରେସ
ଭୁବନେଶ୍ୱର: ସରକାରଙ୍କୁ ପିସିସି ବାତ୍ୟାଂଚଳ ଟାସ୍କଫୋର୍ସ ମୁଖ୍ୟ ପ୍ରଦୀପ ମାଝୀ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ରିଲିଫ୍ କେବଳ ଚୁଡା, ଗୁଡ, ପଲିଥିନ୍ରେ ସୀମିତ, ଲୋକ ଉପାସରେ ରହୁଛନ୍ତି । ମୁଖ୍ୟମନ୍ତ୍ରୀ ୭ ଦିନ ରନ୍ଧା ଖାଦ୍ୟ କରିଥିଲେ, ମାତ୍ର ଏସଏଚଜିଙ୍କୁ ଟଙ୍କାଟିଏ ମିଳିନି । ୪ ଜିଲ୍ଲାରେ ଚାଷ ଉଜୁଡିଛି; ପ୍ରାୟ ୭୦୦ କୋଟିର ଚିଙ୍ଗୁଡି ଚାଷ ନଷ୍ଟ ହୋଇଛି । ୧୫୧ ହେକ୍ଟର ଜମିରେ ଲୁଣିପାଣି ମାଡିଛି ବୋଲି ସରକାରୀ ତଥ୍ୟ ଭିତିହୀନ । କେନ୍ଦ୍ର ସରକାରକୁ ରାଜ୍ୟ ସରକାର ପ୍ୟାକେଜ ନ ମାଗିବା ଗରିବଙ୍କ ପାଇଁ ଉପହାସ ବୋଲି ଶ୍ରୀ ମାଝୀ କହିଛନ୍ତି ।